STORYMIRROR

Sadananda Sahoo

Romance

2  

Sadananda Sahoo

Romance

ପ୍ରତୀକ୍ଷା

ପ୍ରତୀକ୍ଷା

1 min
335

ପ୍ରତୀକ୍ଷା ବିପକ୍ଷା ସାଜିବନି ଜମା 

  ରହିଲା ମୋ'ପ୍ରେମ ରାଣ

ତୁମେ ମୋ'ବାନ୍ଧବୀ ହୃଦୟର ସାଥୀ

   ଝୁରୁଛି ମୋ'ମନ ପ୍ରାଣ


ପ୍ରେମସ୍ୱପ୍ନ ଭାସେ ମୋ'ଦୁଇ ନୟନେ

    ତୁମେ ମୋ'ସ୍ପନ୍ଦନ ଗୀତି

ପ୍ରତୀକ୍ଷା ପ୍ରେମିକା ମରୁ ମରୀଚିକା

   ଅଜାଡ଼ି ଦେବକି ପ୍ରୀତି


ତୁମ ରୂପକାନ୍ତି କଳ୍ପନାରେ ଅଛି 

   ବିମୋହିତ ମୋର ମନ

ପ୍ରତିଛବିଦେଖି ଯାଇଛି ମୁଁ ଫସି

   ତୁମେ ମୋ'ପ୍ରେମ ସପନ


 ବିଧାତାର ଇଚ୍ଛା ମୋର ମନ ବାଞ୍ଛା

    ପୂରଣ ହେବକି ପ୍ରିୟା

ଆହାକି ସଂଯୋଗ ହେଲି ପରିଚିତ

    ତୁମେତ କଲ କିମିଆଁ


 ଶୟନେସପନେ ଅବା ଜାଗରଣେ

    ଭାବୁଛି ମୁଁ'ତୁମ କଥା

ଆସନ୍ତକି ପାଶେ  ଛୁଁଅନ୍ତି ମୁଁ ସତେ

    ସମ୍ପର୍କେ ବାନ୍ଧନ୍ତି ରିସ୍ତା


 ହେପ୍ରିୟା ପ୍ରତୀକ୍ଷା ରଖିଛି ମୁଁ' ଆଶା

    ଭୁଲିତ ଯିବନି  ମୋତେ

ମୋ କଵି ହୃଦୟ ଭାରି ସୁକୋମଳ

    ବିରହେ ଜଳିବ ସତେ


ରୂପ ଚର୍ଯ୍ୟା ତୁମ କଲା ବିମୋହିତ

   ଓଠ ହସ କଲା ଫିଦା

 ଖୁସିମନେ ତୁମେ ରହିଥାଅ ପ୍ରିୟା

  ଏଇ ମୋ' ପ୍ରେମର ବାଦା


ପ୍ରତୀକ୍ଷାର ଅନ୍ତ  ଘଟିବ ନିଶ୍ଚୟ

    ଶୁଭ ଅବସରେ ଦିନେ

 ମୋପ୍ରେମ ପାଉଣା ପାଇଯିବି" ମାମା"

    ସମର୍ପିବ ଖୁସିମନେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance