STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational

2  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational

ପ୍ରତୀକ୍ଷା ସୁରକ୍ଷାର

ପ୍ରତୀକ୍ଷା ସୁରକ୍ଷାର

1 min
2.8K

   ସୁରକ୍ଷା ଚିନ୍ତାରେ ପ୍ରତିକ୍ଷାର ଅନ୍ତ

  ମୃତ୍ୟୁରେ କି ହେବ ଶେଷ

ଭୟ ଆଶଙ୍କାରେ ସମୟ ସରୁନି

  ବଢୁଛି କୋରନା ବଂଶ

ଦେଶରେ ସୈନିକ ସଦା କାର୍ଯ୍ୟରତ

     ଦିନରାତି ଏକାକାର

ଜଳ ସ୍ଥଳ ପୁଣି ଆକାଶ ମାର୍ଗରେ

   ସତେ ଅବା ତାଙ୍କ ଘର

ତଥାପି କୋରନା କରୁନି ଖାତିରି

   ବିସ୍ତାରୁଛି ତା'ର ପଞ୍ଝା

ନିରୁମୁଳି ଲତା ପରି ମାଡୁଅଛି

  ନର ଜାତି ତା'ର ରଂଜା

ଜନତାର ଶତୃ ଜନତା ହୋଇଛି

  ଲୋଭ ମୋହ ଲାଳସାରେ

ଇର୍ଷା ହିଂସା ଦ୍ୱେଷ ଜାତି ଧର୍ମ ନାମେ

   ଆତଙ୍କର ଅସ୍ତ୍ର ଧରେ

ମାନବ ଜାତିର ପ୍ରତିହିଂସା ଫଳେ

  ପରିବେଶ ହୋଇ ଧ୍ୱଂସ

ପ୍ରଦୂଷଣ ବୃଦ୍ଧି ଜୀବଜନ୍ତୁ ହତ୍ୟା

   ସନ୍ତୁଳନ କଲା ନାଶ

ବିପର୍ଯ୍ୟୟ ରୂପେ ପ୍ରକୃତିର ରୋଷ

     ଅତି ଭୟଙ୍କର ରୂପ

ଧ୍ୱଂସ ଲୀଳା ରଚି ନିରାଶ ହୋଇଲା

  ବୃଦ୍ଧି ହେଲା ତା'ର କୋପ

ବିଜ୍ଞାନ ବଳରେ ବଳିୟାନ ହୋଇ

   ମାନବ ଚେତିଲା ନାହିଁ

ପ୍ରକୃତି ପେଷିଲା କୋରନା ବ୍ରହ୍ମାସ୍ତ୍ର

  ଚେତନା ଜାଗ୍ରତ ପାଇଁ

ଚକ୍ରବ୍ୟୁହ ରଚି ଗୃହେ ବନ୍ଦୀ କଲା

    ଗର୍ବ ଅହଙ୍କାର ଚୂର୍ଣ୍ଣ

ସାମାନ୍ୟ ଭୁତାଣୁ ଅଦୃଶ୍ୟ ତାଣ୍ଡବେ

  ମାନବର ଜ୍ଞାନ ଶୂନ୍ୟ

ସ୍ୱାସ୍ଥ୍ୟ କର୍ମଚାରୀ ପୋଲିସି ଶାସନ

   ଦେଶର ସୈନିକ ସାଜି

କୋରନା ବିପକ୍ଷେ ଲଢେଇ କରନ୍ତି

  ଜୀବନ ଲଗାଇ ବାଜି

ଅସ୍ତ୍ର ଶସ୍ତ୍ର ଯନ୍ତ୍ର ବିଜ୍ଞାନ ପରାସ୍ତ

   ଭୟେ ଥରହର ବିଶ୍ୱ

କୋରନା ରାକ୍ଷସ କରୁଛି ନିରସ୍ତ୍ର

 ପରାଜୟ ଶଲ୍ୟ ଶାସ୍ତ୍ର

କୋରନା ଆହ୍ୱାନ ମାନବ ଜାତିକୁ

    ନାରକୀୟ କାଣ୍ଡ ତେଜ

ଅହିଂସା ମନ୍ତ୍ରରେ ବ୍ରତୀ ହୋଇ ସର୍ବେ

   ଶାନ୍ତି ଗତି ପଥ ଖୋଜ

ସୁଖ ଲାଳସାରେ ଭୋଗ କରିବାର

   ଲୋଭ ମୋହ ତ୍ୟାଗ କରି

ପରିବେଶ ତୁମେ ପରିଷ୍କାର କଲେ

   ବିପଦରୁ ଯିବ ତରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational