STORYMIRROR

Umashankar Satpathy

Romance

4  

Umashankar Satpathy

Romance

ପ୍ରତୀକ୍ଷା ମିଳନର

ପ୍ରତୀକ୍ଷା ମିଳନର

1 min
283

କେବେ ଦିଏ ଖୁସି  

କେବେ ହଜାଇଛି ନିଦ

ପ୍ରତୀକ୍ଷା !

କେଉଁ ଅଫେରା ମୁହୂର୍ତ୍ତର

ଅସ୍ତଗାମି ସବିତା

ପୁଣି ପୂର୍ଣ୍ଣିମାର ଚନ୍ଦ୍ରମା

ସେମିତି ପ୍ରତୀକ୍ଷା ବସନ୍ତର 

ବଉଳକୁ, 

ମଳୟକୁ ପୁଣି 

ତାନ ପଞ୍ଚମାଳାପକୁ

ପ୍ରତୀକ୍ଷା ଦିଗହରା ନାବିକର

ବତୀଘର ଆଲୋକକୁ

ପ୍ରତୀକ୍ଷା ସ୍ୱାର୍ଥପର ପଦ୍ମର

ମଧୂପ ପ୍ରାଣ ହରିବାକୁ

ସଂଜବତିର ନିଶବ୍ଦ କୋହ

ଅପେକ୍ଷା ଲିଭିବା ପୂର୍ବରୁ

ଥରେ ପଚାରି ଦିଅନ୍ତ କି !

ଏ ଜଳିବାର ଅଭିପ୍ରାୟ 

ନିଶାର୍ଦ୍ଧରେ !!

ଆତ୍ମୀୟତାର ପ୍ରତିଶ୍ରୁତି 

ମିଳନର ଆଶ୍ୱସନା 

କେତେ ଯେ ଦେଇଛ

ପ୍ରତୀକ୍ଷାର ଅନ୍ତ ନାହିଁ

ଯାଇଛ !!

ସତରେ ଯାଇଛ

କେବେ ଦେଇଥିଲ କଥା

ଓଠରେ ଓଠରେ ଭରିଥିଲ ବାସ୍ନା

ଅସଜଡା ସ୍ମୃତି କରିଛି

ପ୍ରତୀକ୍ଷା 

ସେମିତି ମିଳିନି ଓଠ 

କି ଚିବୁକ

ନା ପାଇଛି ସେ 

ଶିହରଣ କୋଉ 

ଅଭିସାରିକା ସ୍ୱର୍ଣୀମ ତନୁରେ ...


Rate this content
Log in

Similar oriya poem from Romance