Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ପ୍ରତିଦାନ

ପ୍ରତିଦାନ

1 min
314


କାହା ପ୍ରତି ଯଦି ଦାନ କିଛି କର

    ପ୍ରତିଦାନ ରଖ ନାହିଁ 

ପ୍ରତିଦାନ ଆଶା ବଡ ଦୁଃଖ ଭରେ

     ବିତୃଷ୍ଣା ମନରେ ରହି ।


ତୁମେ ଯଦି କାହା ଉପକାର କର

     ରଖନି ତା ପ୍ରତିଦାନ

ପ୍ରତିଦାନ ଆଶେ କେବେବି କାହାକୁ

      ଦିଅ ନାହିଁ କିଛି ଦାନ ।


ପ୍ରତିଦାନ ଆଶା ବଡ ଭୟଙ୍କର 

    କ୍ୟାନସରଠୁ ମାରତ୍ମକ

ନିମିଷକେ ସିଏ ଶେଷ କରି ଦିଏ

    ଆତ୍ମୀୟତାର ସମ୍ପର୍କ ।


ପ୍ରତିଦାନ ଆଶା ମନରେ ରହିଲେ

   ଧୀରେ ଧୀରେ ବଢେ ସିଏ

ଶେଷେ ଏମିତିକା ପରିଣତି ହୁଏ

     ସଭିଙ୍କୁ ଦୂରେଇ ଦିଏ ।


ନିଜେ ପ୍ରତିଦାନ ରଖନି ତ ମନେ

    ହୃଦୟରୁ ପୋଛି ଦିଅ

ସେଇ ସମ୍ପର୍କଟା ଚିରସ୍ଥାୟୀ ହେବ

    ଏକଥା ଅନ୍ୟଥା ନୁହଁ ।


ହେଲେ ତୁମ ପ୍ରତି ଉପକାର ଯଦି

     କିଏ ଅବା କରି ଥାଏ

ସେଇ ଉପକାର ଭୁଲନି ଜୀବନେ

     ତୁମ ରହିଥିବା ଯାଏ ।


ତାର ବିପଦରେ ଛାଇ ପରି ରୁହ

    ତାର ଦୁଃଖେ ସାଥି ହେଇ

ନିଜ ଜୀବନର ପ୍ରତିଦାନ ବଳେ

     ତାକୁ ରକ୍ଷା କର ଯାଇ ।


ଭଲ ଦାନର ଯେ ପ୍ରତିଦାନ ଭଲ

     ପ୍ରଭାବ ପକେଇ ଥାଏ 

ମନ୍ଦରେ ଅମୂଳ ଚୂଳ ପରିଯନ୍ତେ

  ସବୁ ଧୋଇ ହେଇ ଯାଏ । 


Rate this content
Log in

Similar oriya poem from Abstract