Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baijayantimala Rout

Abstract

3  

Baijayantimala Rout

Abstract

ପ୍ରତିବିମ୍ବ ଆକାଶର

ପ୍ରତିବିମ୍ବ ଆକାଶର

1 min
249



ସାଗରର ନୀଳ ଜଳରାଶି ପରେ 

ଝଲସଇ ପ୍ରତିବିମ୍ବ,

ତାରା ମେଳେ ଜହ୍ନ ହସୁଥାଏ ପୁଣି 

ସୁନୀଳ ସୁନ୍ଦର ନଭ ।

ଲାଗେ ସତେ ଅବା ପ୍ରୀତିର କୁହୁକ 

ଭରିଛି ସାଗର ଜଳେ ,

ଆକାଶର ପ୍ରତିବିମ୍ବ ଦେହେ ଧରି 

ପ୍ରେମ ରଙ୍ଗ ପ୍ରତିଫଳେ ।

ପୃଥିବୀ ଆକାଶ ଏକତ୍ର ହୁଅନ୍ତି 

ନୀଳ ଜଳ ରାଶି ପରେ ,

ମେଘମାଳା ମାନ ଲାଗଇ ଏମିତି

ବୋଇତ ଭାସି ଯାଏରେ ।

ଏଇ ପୃଥିବୀର ପ୍ରତିବିମ୍ବ ଅଟେ 

ବିଶାଳ ଆକାଶ ବକ୍ଷ ,

ସୂର୍ଯ୍ୟ ଚନ୍ଦ୍ର ତାରା ହୋନ୍ତି ଆତଯାତ 

ଗଗନ ମଣ୍ଡଳେ ଦେଖ ।

ଜଳରାଶି ପରେ କାଚ ଦର୍ପଣରେ

ନଭ ପ୍ରତିବିମ୍ବ ଦେଖି ,

ଭ୍ରମରେ ପଡଇ ଧରିବାକୁ ଯାଇ 

ମନ ମୋର ଯାଏ ଲାଖି ।


Rate this content
Log in

Similar oriya poem from Abstract