ପ୍ରତିଭା
ପ୍ରତିଭା
ପ୍ରତିଭା ଥିଲେ ତ ମଣିଷ ନିଶ୍ଚୟ ଉଚ୍ଚକୁ ଉଚ୍ଚକୁ ଯିବ,
ବ୍ୟବହାର ଭଲଥିଲେ ସେ ମଣିଷ ଉଚ୍ଚ ସମ୍ମାନ ପାଇବ ।
ଆମରି କାର୍ଯ୍ୟକୁ ଦେଖି କେହି ଯଦି ସନ୍ଦେହ କରୁଛି ମନେ,
କେବେ ତାକୁ ଅନ୍ୟ ଅର୍ଥରେ ନ ନେଇ କାର୍ଯ୍ୟ କରୁଥିବା ଆମେ ।
ଲୁହାକୁ ତ କେହି ସନ୍ଦେହ କରେନା ଖାଦ ରହିଛି କି ନାହିଁ,
ମୂଲ୍ୟବାନ ଧାତୁ ସୁବର୍ଣ୍ଣରେ କିଛି ଖାଦ ଅବଶ୍ୟ ରହଇ ।
ସୁନାବୋଲି କେହି ଭାବି ସେ ଆମକୁ ପରଖି ନେଉଛି ଜାଣ,
ଲୁହା ଭାବିନାହିଁ ବୁଝିଗଲେ ଆମ ଜୀବନ ହୋଇବ ଧନ୍ୟ ।
ସହନଶୀଳତା ମଣିଷର ପାଇଁ ସବୁଠାରୁ ବଡ଼ବଳ,
ପ୍ରତିଶୋଧ ପାଇଁ ପ୍ରସ୍ତୁତ ହୁଏ ଯେ, ଜାଣିବା ସିଏ ଦୁର୍ବଳ ।
କ୍ଷମା ଦେଇପାରେ ସହିପାରେ ଯିଏ ଶକ୍ତିଶାଳୀ ଲୋକ ସେହି,
ଦୁର୍ବଳ ଲୋକଟି କ୍ରୋଧବଶେ କ୍ଷତିକରେ ଆତ୍ମଘାତି ହୋଇ ।
