ପ୍ରତିବାଦ
ପ୍ରତିବାଦ
ସମୟ ସ୍ରୋତରେ ମଣିଷ ଜୀବନ
କେବେ ଜିତେ ପୁଣି କେବେ ଆହ୍ବାନ
ପରିବାର ହେଉ ଅବା ଅଜଣା ମଣିଷ
ନିଜସ୍ଵ ଅଧିକାର ନପାଇଲେ କରେ
ଅନେକ ପ୍ରତିବାଦ ପ୍ରୟାସ।।
ଯନ୍ତ୍ରଣା ର ଆଉଟ୍ ପାଉଟ ମଣିଷଟି
ଖୋଜୁଥାଏ ଜୀବନର ସବୁ ଶାନ୍ତି ଓ ବିଶ୍ବାସଟି
ସିଏ ଛାତ୍ରଛାତ୍ରୀ ଟିଏ, ସିଏ ସନ୍ତାନ ଟିଏ
ସିଏ ନାରୀଟିଏ, ସିଏ ଶ୍ରମିକ ଟିଏ,
ସିଏ ସାଧାରଣ ଜନତା ଟିଏ ବି
ନିଜସ୍ଵ ଅଧିକାର ପାଇଁ କରନ୍ତି ପ୍ରତିବାଦ।।
ନିର୍ବାଚନ ଆସିଲେ ଆମର ପ୍ରିୟ ନେତା
ପ୍ରତିଶ୍ରୁତି ର ପାହାଡ଼େ ଉଡାନ୍ତି ଛତା
ସମୟ ଆସିଲେ ଅଧିକାର ମାଗନ୍ତି ଜନତା
ନମିଳିଲେ ଅଧିକାର କରନ୍ତି ପ୍ରତିବାଦର ବର୍ଷା।।
ଅତ୍ୟାଚାର ଅନୀତିର ବଢିଲେ କାୟା
ଅସହାୟ ର ବଢିଲେ ସୀମାର ଛାୟା
ଉଦଭ୍ରାନ୍ତ ହୃଦୟେ ବଢେ ପ୍ରତିରୋଧ ଆସ୍ତା
ପାଇବାକୁ ସବୁକିଛି ଆପଣାଇ ନିଏ
ମଣିଷ ଟି ପ୍ରତିବାଦ ର ରାସ୍ତା।।
ଆମ ଅଧିକାର ଆମ ସ୍ବାଭିମାନ
ନାରୀଟିଏ ଏଠି ପାଏନା ସମ୍ମାନ
ସ୍ବାଧୀନତା ଏଠି ଲାଗେ ପରାଧିନ
ଅଧିକାର ପାଇଁ ଲାଗେ ଲଢେଇ ସବୁଦିନ
ପାଇବାକୁ ଆପଣାଏ ପ୍ରତିବାଦ ର ଜୀବନ।।
ପୁରାଣ ର ଯୁଗ ହେଉ ଅବା ଇତିହାସ
ବଞ୍ଚିବା, ଅଧିକାର ପାଇଁ ଲାଗିଛି ଲଢେଇ
ଅସତ୍ୟ ରୁ ସତ୍ୟ ପାଇବା ପାଇଁ
ଅଧର୍ମ ରୁ ଧର୍ମ ସ୍ଥାପନା ପାଇଁ
ପ୍ରତିବାଦର ଲାଗିଛି ଅନେକ ଲଢେଇ।।