STORYMIRROR

PRABINA KU, KHADANGA

Abstract

2  

PRABINA KU, KHADANGA

Abstract

ପ୍ରତି ମୁହୂର୍ତ୍ତରେ ଦିଏ ବଳିଦାନ

ପ୍ରତି ମୁହୂର୍ତ୍ତରେ ଦିଏ ବଳିଦାନ

1 min
2.8K

ନାରୀ କେବେ ମା କେବେ ଭଗିନୀ କେବେ ଜାୟା

କର୍ମ ତା ମହାନ

ପ୍ରତି ମୁହୂର୍ତ୍ତରେ ଦିଏ ଏକ ବଳିଦାନ

ଜୟ ଜୟ ନାରୀ ସର୍ବାଙ୍ଗ ସୁନ୍ଦରୀ ବେଶ

ନମସ୍ୟ ସର୍ବଦା ଜ୍ଞାନରେ ନିପୁଣ

ପ୍ରତି ମୁହୂର୍ତ୍ତରେ ଦିଏ ଏକ ବଳିଦାନ

ଭିନ୍ନ ଭିନ୍ନ ରୂପ ଧାରଣ କରିଛି ମହୀରେ

ତୁଳନା ନାହିଁ ଯହିଁ କର୍ତ୍ତବ୍ୟ ପାଳନ

ପ୍ରତି ମୁହୂର୍ତ୍ତରେ ଦିଏ ଏକ ବଳିଦାନ

ମହାନ୍ ରକ୍ଷା କବଚ ପାପ ପଙ୍କ ଦୁନିଆରେ

ଜନ୍ମ ଠାରୁ ମୃତ୍ୟୁ ପଣତ ଆବରଣ

ପ୍ରତି ମୁହୂର୍ତ୍ତରେ ଦିଏ ଏକ ବଳିଦାନ

ମାତୃତ୍ଵ ଲାଭ ପାଇଁ ନିଗାଡି ରଜତର ଧାର

ଧନ୍ୟ ଧନ୍ୟ ତାର ଅବଦାନ

ପ୍ରତି ମୁହୂର୍ତ୍ତରେ ଦିଏ ଏକ ବଳିଦାନ

ଭଗିନୀ ରୂପରେ ମହୀରେ ଶାନ୍ତି ମୈତ୍ରୀ ରୂପ

ହସ ଖୁସି ଭରି ଦିଏ ଜୀବନ

ପ୍ରତି ମୁହୂର୍ତ୍ତରେ ଦିଏ ଏକ ବଳିଦାନ

ଜାୟା ରୂପେ ସଙ୍ଗିନୀ ନାହିଁ ଆଉ କେଉଁଠି

ତିଳ ତିଳ କରୁଥାଏ ତର୍ପଣ

ପ୍ରତି ମୁହୂର୍ତ୍ତରେ ଦିଏ ଏକ ବଳିଦାନ।

ନରଭକ୍ଷୀ ରାକ୍ଷସ ନବୁଝି ନିଜ ଦାୟିତ୍ୱ

ଲୁଟେ ଇଜ୍ଜତ ଦେଖାଇ ବଳମାନ

ପ୍ରତି ମୁହୂର୍ତ୍ତରେ ନାରୀ ଦିଏ ଏକ ବଳିଦାନ

ନାରୀ ପୂଜିତ ଯୋଗ୍ୟା , ନୁହେଁ ଭୋଗ୍ୟ ବସ୍ତୁ

ନାହିଁ ପଟାନ୍ତର ତାର କର୍ମ

ପ୍ରତି ମୁହୂର୍ତ୍ତରେ ଦିଏ ଏକ ବଳିଦାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract