STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ପ୍ରଥମେ ନିଜକୁ

ପ୍ରଥମେ ନିଜକୁ

1 min
13K


ପ୍ରଥମେ ତୁମେ ନିଜକୁ ଚିହ୍ନ

ତାପରେ ଦୁନିଆକୁ ଚିହ୍ନିବ,

ପ୍ରଥମେ ତୁମେ ନିଜକୁ ପଚାର

ତାପରେ ଦୁନିଆକୁ ପଚାରିବ

ପ୍ରଥମେ ତୁମେ ନିଜକୁ ସଜାଡ଼

ତାପରେ ଦୁନିଆକୁ ସଜାଡ଼ିବା

ପ୍ରଥମେ ତୁମେ ନିଜର ଭୁଲ ଦେଖ

ତାପରେ ଦୁନିଆର ଭୁଲ ଦେଖିବ

ପ୍ରଥମେ ତୁମେ ନିଜକୁ ଠିକ କର

ତାପରେ ଦୁନିଆକୁ ଠିକ କରିବ

ପ୍ରଥମେ ତୁମେ ନିଜକୁ ସମ୍ଭାଳ

ତାପରେ ଦୁନିଆଁକୁ ସମ୍ଭାଳିବି

ପ୍ରଥମେ ତୁମେ ନିଜକୁ ବାଛ

ତାପରେ ତୁମେ ଦୁନିଆକୁ ବାଛିବ

ପ୍ରଥମେ ତୁମେ ନିଜକୁ ଜାଣ

ତାପରେ ଦୁନିଆକୁ ଜାଣିବ,,

ଯାହା ତ ତୁମେ ଜାଣିଛ ଛାଡ଼

ମୁଁ ମନେପକେଇ ଦେଉଛି

ମନେରଖ ଓ ଲେଖି ରଖ

ଏ ଦୁନିଆଟା ତୁମ ବିନା ଚଳିପାରିବ

କିନ୍ତୁ,,,

ତୁମେ ଦୁନିଆ ବିନା ଚଳିବା ଅସମ୍ଭବ

ଏଣୁ,

କାହାକୁ ପ୍ରଥମେ ଦରକାର

ଦୁନିଆକୁ ନା

ତୁମକୁ,

ନିଜକୁ ପ୍ରଶ୍ନ ପଚାର

ନିଶ୍ଚୟ ଉତ୍ତର ପାଇବ,,,

ନିରଞ୍ଜନ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational