Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ananga Patel

Inspirational

4  

Ananga Patel

Inspirational

ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀ

1 min
397



ମାର୍ଗଶିର ମାସ କୃଷ୍ଣପକ୍ଷ ତିଥି

   ପ୍ରଥମ ଯେଉଁ ଅଷ୍ଟମୀ,

ଉତ୍କଳ ମାଟିରେ ପ୍ରତି ଘରେଘରେ

  ପାଳନ୍ତି ପ୍ରଥମାଷ୍ଟମୀ l

ସବୁ ପରବରୁ ଏ ପରବ ଭିନ୍ନ

  ନଥାନ୍ତି କୌଣସି ଦିଅଁ,

ସବୁ ପରିବାରେ ପୂଜା ପାଇଥାନ୍ତି

  ଆମର ପୂଜ୍ୟ ପଢୁଅଁ l

ଏ ପରବ ପାଇଁ ମାମୁଁ ଘରୁ ଆସେ

  ପିଠାପଣା ବସ୍ତ୍ର ଭାର,

ହଳଦୀ ପତରେ ଏଣ୍ଡୁରି ପିଷ୍ଟକ

  ମହମହ ବାସ ତାର l

ଅତି ଶରଧାରେ ପୂଜନ୍ତି ପ୍ରେମରେ

   ନୂତନ ବସ୍ତ୍ର ପିନ୍ଧାଇ,

ଧୂପଦୀପ ଦେଇ ଶୁଭ ମନାସନ୍ତି

  ପ୍ରଭୁଙ୍କ ଆଶିଷ ନେଇ l

ଗ୍ରାମ ପରିବାରେ ଗଳି ବା ସହରେ

   ସବୁଠି ଏହି ପରବ,

ପିଠାପଣା ମିଠା ସୁଅ ଛୁଟିଥାଏ

   ଆହୁରି କେତେ ଦରବ l

ପଢୁଅଁ ସନ୍ତାନେ ଖୁସି ମାତାପିତା

  ମିଳିବ ତାଙ୍କୁ ଆଶ୍ରୟ,

ଜଞ୍ଜାଳ ରୂପକ ଏହି ସମାଜରେ

   ନଥିବ ତାହାଙ୍କୁ ଭୟ l

ପଢୁଅଁ ସନ୍ତାନ ମାତାପିତା ସମ

   ବୋଲନ୍ତି ଜଗତ ଯାକ,

ଜ୍ୟେଷ୍ଟ ହେଲେ ଶ୍ରେଷ୍ଠ ସବୁରି ସ୍ଥାନରେ

   ରହିବ ଆମରି ଟେକ l

ମାତାପିତା ଙ୍କର ଆଶ୍ରୟ ଅଟନ୍ତି

   ପ୍ରଥମ ସନ୍ତାନ ଭାଇ,

ସମାଜରେ ହେଉ ଅବା ପରିବାରେ

  ତେଣୁ ପୂଜା ଥାନ୍ତି ପାଇ l

ମାତାପିତା ପାଇଁ ଶ୍ରବଣ କୁମର

   ସାନଙ୍କ ପାଇଁ ଶ୍ରୀରାମ,

ପାଆନ୍ତି ସମ୍ମାନ ଆମରି ପଢୁଅଁ

   କରିଲେ ଉତ୍ତମ କର୍ମ l

ସବୁ ଜ୍ୟେଷ୍ଟ,ଶ୍ରେଷ୍ଠ ହୋଇଗଲେ ଆମ

   ସମାଜ ଯିବ ବଦଳି,

ସାନ ଭାଇ ସାଥେ ବଡଭାଇ ଙ୍କର

  କେବେହେଁ ନ ହେବ କଳି l

ପ୍ରଥମାଷ୍ଟମୀ ରେ ମିଳିମିଶି ସର୍ବେ

   ଶପଥ ନେବାରେ ଭାଇ,

ଭାଇ ଭାଇ ମଧ୍ୟେ ବିଦ୍ବେଷ ଭାବକୁ

   ସମାଜୁ ଦେବା ଦୁରେଇ l

ଯେଉଁ ପରିବାରେ ବଡଭାଇ ଦେଖ

   ସାନ କୁ କରେ ଆଦର,

ସେହି ପରିବାରେ ପ୍ରଭୁଙ୍କ ଆଶିଷ

   ଝରୁଥାଏ ନିରନ୍ତର l

ଆମ ଉତ୍କଳ ର ଏହି ପରମ୍ପରା

  ଭାରି ନିଆରା ଅଟଇ,

ଶୁଣ ବାଇମନ ସତ୍ୟ ଏ ବଚନ

  ହୀନ ଅନଙ୍ଗ ଭଣଇ l।


Rate this content
Log in

Similar oriya poem from Inspirational