ପ୍ରଥମାଷ୍ଟମୀ
ପ୍ରଥମାଷ୍ଟମୀ
ମିଟୁ କହୁଛି ଜାଣିଲୁ ପିଣ୍ଟୁ
ମାମୁନି,ମୁନା,ମିଲି
ନୂଆ ପୋଷାକ ପିନ୍ଧି ବୁଲିବା
ପ୍ରଥମାଷ୍ଟମୀ କାଲି ।
ଏଣ୍ଡୁରି ପିଠା ତିଆରି ପାଇଁ
ଯାହା ଯେ ଦରକାର
ଯୋଗାଡ଼ ରେ ହିଁ ଲାଗିଗଲେଣି
ଆଜିଠୁ ବୋଉ ମୋର ।
ବଡ଼ ଭଣଜା ଭାଣିଜୀ ପାଇଁ
ପୋଷାକ ମାମୁଁ ନେଇ
ଅଷ୍ଟମୀ ହେତୁ ପୋରୁଁହା କରି
ଆସିବେ କାଲି ସେହି ।
କିଛି କାରଣୁ ନ ଆସିଲେ ବି
ଯା ମାମୁଁ ଘର ଦୂର
ଅଷ୍ଟମୀ ପାଇଁ ଆଗରୁ ଟଙ୍କା
ପଠାନ୍ତି ମାମୁଁ ଘର ।
ପ୍ରାୟ ସମସ୍ତ ବସ୍ତ୍ରାଳୟ ରେ
ପ୍ରଥମାଷ୍ଟମୀ ଯାଏଁ
ପୋଷାକ କିଣା ପାଇଁ ପ୍ରବଳ
ଭିଡ଼ ଯେ ଲାଗିଥାଏ ।
କାଲି ସଅଳ ଉଠି ଗାଧୋଇ
ନୂଆ ଜାମା କୁ ପିନ୍ଧି
ଗୁରୁଜନଙ୍କ ଆଶିଷ ନେବା
ପ୍ରଣାମ ତାଙ୍କୁ ହୋଇ ।
ତା'ପରେ ସାଙ୍ଗ ହଳଦୀ ପତ୍ରେ
ପ୍ରସ୍ତୁତ ପିଠା ଖାଇ
ସାହି ପଡ଼ିଶା ଖୁସି ମନରେ
ବୁଲିବା ସାଥୀ ହୋଇ ।
ମାପ କାଠିରେ ମାପ ନ କର
ମାମୁଁ ଙ୍କ ଉପହାର
ଭଣଜା ଆଉ ଭାଣିଜୀ ପାଇଁ
ମୂଲ୍ୟ ତା'ର ଅପାର ।
