STORYMIRROR

Prakash ranjan Swain

Romance

3  

Prakash ranjan Swain

Romance

ପ୍ରଥମ ଥର

ପ୍ରଥମ ଥର

1 min
228


ତୁମେ ଯେଉଁଦିନ ମୋ ଘର ଦାଣ୍ଡରେ 

   ଓଢଣୀ ଉଡେଇ ଗଲ 

ସେଇ ଦିନ ମୁଁ ଝରକା ଫାଙ୍କରେ 

   ତୁମକୁ ଦେଖିଲି ପ୍ରଥମ ଥର.


ଜାଣିନି କାହିଁକି କେମିତି କେଜାଣି 

   ତୁମେ ଲାଗିଲ ଭାରି ନିଜର 

ତୁମ ଦୁଇ ଆଖି ମୋ ହୃଦୟ କାନ୍ଥରେ 

 ଲେଖିଲା ପ୍ରେମର ଅଢେଇ ଅକ୍ଷର.


ଯେତେ ଭୁଲିବାକୁ ଚାହିଁଲେ ବି ମୁଁ 

  ଭୁଲି ମୁଁ ପାରିନି ତୁମକୁ 

ପୁଣି ଆଉ ଥରେ ଯିବ କେତେବେଳେ 

   ଚାହିଁ ବସେ ତୁମ ବାଟକୁ. 


ଭୋକ, ଶୋଷ ସବୁ ଭୁଲି ଯାଇଥିଲି 

   ତୁମକୁ ଦେଖିବା ପାଇଁ 

ରାତିରେ ଆଖିକୁ ନିଦ ମୋ ଆସିନି 

   ତୁମରି ସପନ ପାଇଁ. 


ତୁମକୁ ଦେଖିବା ପରଠୁ ଆଖିରେ 

   ଦେଖିନି ଆଉ କାହା ମୁହଁ 

ତୁମକୁ ଦିନରେ ନ ଦେଖିଲେ ଥରେ 

   ମନରେ ଉଠେ ଯେ କୋହ. 


ଗୋଲାପୀ ରଙ୍ଗର ପୋଷାକ ତୁମର 

   ଦେହରେ ଥିଲା ସେଦିନ 

କଅଁଳ ଖରାରେ ଝଟକି ଗଲା ମୋ 

   ଘରର ଦାଣ୍ଡ ଦୁଆର. 


ସୁନେଲି ରଙ୍ଗର ମୂରୁଜ ବୁଣି 

   ସୂରୁଜ ଯେବେ ଆସେ 

ମୋ ହୃଦୟକାନ୍ଥରେ ନିତି ସକାଳେ ମୁଁ 

    ତୁମର ଛବିକୁ ଦେଖେ. 


ତୁମର ଗୋଲାପୀ ଅଧର ସେଦିନ 

   ଲେଖିଲା ପ୍ରେମର ଗଳ୍ପ

ଶୁଣିଛି ସେଦିନ ମୋ ଦୁଇ କାନରେ 

   ତୁମର ଅଳ୍ପ ମିଠା ଆଳାପ. 


ଭାବେ ବେଳେବେଳେ ମୋ ମାନସ ପଟରେ 

  ତୁମରି ଭାବନା ନେଇ 

କାଳେ କେତେବେଳେ ଆଉ କିଏ ଆସି 

 ତୁମକୁ ନେବ ମୋ ଠାରୁ ଚୋରେଇ.


ସପନ ରାଜ୍ୟର ଭାବନା ମହଲେ 

    ତୁମକୁ ରଖିଛି ଆଣି

ଜାଣିନି ଏ କଳ୍ପନା ବାସ୍ତବ ହବ କି ନା 

ତୁମେ ହେବ ମୋ ପାଟରାଣୀ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance