STORYMIRROR

MADHU MITA

Abstract

3  

MADHU MITA

Abstract

ପ୍ରଥମ ପୁରୁଷଙ୍କ ଭେଟି

ପ୍ରଥମ ପୁରୁଷଙ୍କ ଭେଟି

1 min
278


ଦୁନିଆ କହେ ମୁଁ ପୂଜନୀୟ ଧନ୍ୟ…!!

କରିଛି ମୁଁ ଯେ ପ୍ରଥମେ ଜ୍ଞାନର ସନ୍ଧାନ!!


କିନ୍ତୁ ଜାଣେ ମୁଁ ନିଜେ ଅଟେ ନୀଚ ପାପିଷ୍ଠ..

ନିଜ କୌତୁହଳ ଯୋଗୁଁ କରିଛି ସବୁକିଛି ନଷ୍ଟ..


ନା ଥିଲା କେବେ ଏଠି ଶତ୍ରୁତା..!!

ନା ଈର୍ଷା ଦ୍ୱେଷର ଏ ପ୍ରାବଲ୍ୟତା..!!


ନା ଥିଲା କ୍ରୋଧ କାମ କୃରତା..!!

ନା ନିୟମ ଭଙ୍ଗା ପାଇଁ ଏ ପ୍ରବଣତା..!!


ନିଷିଦ୍ଧ ସଦା ନିଷିଦ୍ଧ ହିଁ ରହିଥିଲା..

ପ୍ରଥମ ପାଦ ମୋ ଅପରାଧ ହେଲା..??


ଜ୍ଞାନ ଆତ ଆତ୍ମସାତ ମୋ ପ୍ରବୃତ୍ତି..

ଅଜ୍ଞାନତା ଭରା ଥିଲା ସେ ନିଷ୍ପତ୍ତି..??


ଯୁଗ ଯୁଗ ଧରି ଥିବା ସଦଗୁଣ ତ୍ୟାଗୀ..

ନିଜ ଆଗ୍ରହ ଦିଗରେ ହେଲି ଅନୁରାଗୀ..??


ଭେଟାଇ ଦେଇ ଅବଗୁଣ ସହ ମାନବକୁ..!!??

ଵୋଲାଏ ମୁଁ ପ୍ରଥମ ପୁରୁଷ କୁହ କାହାକୁ..!!??


ସମ୍ବରଣ ବିଧି ପାଳନ ବିନା କଲେ ଉଲଂଘନ..

ଭୟାବହ ହୁଏ ଫଳ ପାଇଛି ମୁଁ ଏ ଦିବ୍ୟଜ୍ଞାନ..


ପୁଣି ଦେଉଛି ଭେଟି ଆଜି ଏ ଜ୍ଞାନ ତୁମକୁ...

ଜ୍ଞାନବୃକ୍ଷ ରୁ ପାଇଛି ମୁଁ ପ୍ରକୃତ ଜ୍ଞାନ ଫଳକୁ…!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract