STORYMIRROR

Ajay kumar Behera

Romance

2  

Ajay kumar Behera

Romance

"ପ୍ରଥମ ପ୍ରେମର ରଙ୍ଗ"

"ପ୍ରଥମ ପ୍ରେମର ରଙ୍ଗ"

1 min
91

ଦୁନିଆ କହିଲେ

କହୁ ମୋତେ ନିଷ୍ଠୁର

ତଥାପି ତୁହି ଲୋ

ମୋ ଅତି ଆପଣାର


ପ୍ରଥମ ପ୍ରେମର

ରଙ୍ଗ କେଡ଼େ ସୁନ୍ଦର

ଲାଗିଗଲେ ଥରେ

ହୁଏନି କେବେ ଦୂର


ସେଇ ରଙ୍ଗ ଆଜି

ଲାଗିଛି ମୋ ଦେହରେ

ଖୁସି ହୁଏ ମୁହିଁ

ଖେଳି ତୁମ ସାଥିରେ


ଆନ ମନା ମନ

ମୋର ଘୁରି ବୁଲଇ

ଖୁସି ହୁଏ ସିଏ

ତୁମରି ଛୁଆଁ ପାଇ


ତୁମେ ଅଛ ମୋର

ଛୋଟ ଏ ହୃଦୟରେ

ସୁଖରେ ଦୁଃଖରେ

ସବୁ ପରିସ୍ଥିତି ରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance