STORYMIRROR

Sadananda Pratihari

Abstract

2  

Sadananda Pratihari

Abstract

ପ୍ରଥମ ପ୍ରେମର ରଙ୍ଗ

ପ୍ରଥମ ପ୍ରେମର ରଙ୍ଗ

1 min
115

ପ୍ରେମ ମନ୍ଦାକିନୀ ଚିର ସ୍ରୋତସ୍ୱନି

ପ୍ରେମ ଶ୍ରାବଣର ଧାରା

ମୃତ୍ୟୁ ସଂଜୀବନୀ ପ୍ରେମର ପରଶେ

ଉଷର ଭୂମିରେ ଚାରା

ପ୍ରେମ ଅନାବିଳ ପ୍ରେମ ହିଁ ଶାଶ୍ୱତ

ପ୍ରେମ ଅଟେ ଅବିନାଶୀ

ସେ ପ୍ରେମ ଜାଲରୁ ମୁକୁଳିବା କଷ୍ଟ

ଯଦି ଗଲ ଥରେ ଫସି

ପ୍ରେମର ରଙ୍ଗତ ଖାଲି ଗାଢ଼ ନାଲି

ସେତ ସାଧବାଣୀ ବୋହୁ

ପହିଲି ପ୍ରେମ ଲାଗେ ଭାରି ମିଠା

ନୁହେଁ ସମସରି ମହୁ

ଆସିଲେ ଯୌବନ ଖେଳେ ଶିହରଣ

ସୃଷ୍ଟି ହୁଏ ଉଦ୍ଦୀପନା

ପରି ରାଇଜରେ ଘୁରିବୁଲେ ମନ

ମନ ହୁଏ ଆନମନା

ପ୍ରଥମ ପ୍ରେମରେ ମନ କୁତୁକୁତୁ

ଥାଏ ମନ ଭୟଭୀତ

ଲାଗେନାହିଁ ଭୋକ ଲାଗେନାହିଁ ଶୋଷ

କି ଖରା ବରଷା ଶୀତ

ପ୍ରଥମ ପ୍ରେମ ଭାରି ମଜାଦାର

ମନ ଖାଲି ଛନଛନ

ବିରହ ବେଦନା ହୁଅଇ ଅସହ୍ୟ

କରେ ଦଗ୍ଧୀଭୂତ ପ୍ରାଣ

ପ୍ରଥମ ପ୍ରେମରେ ମନ ଦିଆନିଆ

ମନେ ଅସୁମାରୀ ସ୍ବପ୍ନ

ଚୋରା ପୀରତି କି ସମୟ ନିଅଣ୍ଟ

ଡହଳ ବିକଳ ମନ

ଆଗେ ଥିଲା ପ୍ରେମ ଚିଠି ଦିଆନିଆ

ଯାତରା ପରବେ ଭେଟ

ଏବେ ସେ ତରିକା ଯାଇଛି ବଦଳି

ମୋବାଇଲି ଭିଡିଓ ବାଟ

ସପିଙ୍ଗ ମଲ, ପାର୍କ ରେସ୍ତୋରାଁ ତ

ପ୍ରେମର ହିଁ ଆଡସ୍ଥଳୀ

ମୁହଁଲୁଚା ପିନ୍ଧି ବାଇକି ପଛରେ

ପ୍ରେମିକା ବସଇ ଢଳି

ଆଗେ ଥିଲା ପ୍ରେମ ସ୍ୱଚ୍ଛ ନୀରିମଳ

ଯଥା ଗଙ୍ଗା ନଦୀ ଜଳ

ଏବେ କିନ୍ତୁ ପ୍ରେମ ପ୍ରତାରଣା ପୂର୍ଣ୍ଣ

ସ୍ୱାର୍ଥ ଛଳନା ର ଖେଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract