STORYMIRROR

Anil kumar Pradhan

Romance

2  

Anil kumar Pradhan

Romance

"ପ୍ରଥମ ପ୍ରେମର ରଙ୍ଗ "

"ପ୍ରଥମ ପ୍ରେମର ରଙ୍ଗ "

1 min
134

ପ୍ରଥମେ ପ୍ରଥମେ ପ୍ରେମ ଯେବେହୁଏ

କଅଁଳ କଥାଟି ସାର

ବାଇକି ବସିକି ପାରକ ବୁଲିବା

ମୁଖାବନ୍ଧା ବ୍ୟବହାର

ଗୁପଚୁପ ଠେଲା ପଡୁପଡୁ ବଞ୍ଚେ

ତେନ୍ତୁଳି ପାଣିର ପାଇଁ

ପ୍ରେମିକାକୁ ଦେଖି ଗିଅର ବଢାଏ

ପ୍ରଥମ ପ୍ରେମିକ ଭାଇ

ସଂଜଠୁ ସକାଳ ଭ୍ରାମ୍ୟମାଣ ଯନ୍ତ୍ର

ଜଗିକି ରହିବା ମଜା

କୁତୁ କୁତୁ ମନେ ବାଜୁଥାଏ ଖାଲି

ପ୍ରେମର ଢୋଲକି ବାଜା

ଫଟକୁ ଦେଖିକି କବି ଵନିଯାଇ

ଲେଖିଦେଲେ ଦୁଇ ପଦ

ଦଶଥର ଛାଡ଼େ ପ୍ରେମିକା ପାଖକୁ

କହି ଦେବାକୁ ନଜର

ପ୍ରେମିକା ଛାଇରେ ଦେଖିଲେ କାହାକୁ

ଷଣ୍ଢ ପରି ହୋଇଯାଏ

ସୁନା ,ରୁପା ,ଧନ କହି କହି ଖାଲି

ସମୟକୁ ଟାଳିଦିଏ

ପ୍ରଥମ ପ୍ରେମର ପ୍ରଥମ ରଙ୍ଗକୁ

ପ୍ରେମିକା ଦେଖାଏ ଯେବେ

ବିଭିର୍ନ ଗିଫ୍ଟ ଓଠରେ ଲିପିଷ୍ଟିକି

ପଅରସ ସଫା ତେବେ

ପ୍ରେମିକାର ମନ ପ୍ରେମିକ ପଢିଲେ

ଭୁଲିଯାଏ ସବୁକିଛି

ସଂସାରଟା ଖାଲି ପ୍ରେମ ରଙ୍ଗରେ

ହେଉଥାଏ ଛାଟି ପିଟି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance