"ପ୍ରଥମ ପ୍ରେମର ରଙ୍ଗ "
"ପ୍ରଥମ ପ୍ରେମର ରଙ୍ଗ "
ପ୍ରଥମେ ପ୍ରଥମେ ପ୍ରେମ ଯେବେହୁଏ
କଅଁଳ କଥାଟି ସାର
ବାଇକି ବସିକି ପାରକ ବୁଲିବା
ମୁଖାବନ୍ଧା ବ୍ୟବହାର
ଗୁପଚୁପ ଠେଲା ପଡୁପଡୁ ବଞ୍ଚେ
ତେନ୍ତୁଳି ପାଣିର ପାଇଁ
ପ୍ରେମିକାକୁ ଦେଖି ଗିଅର ବଢାଏ
ପ୍ରଥମ ପ୍ରେମିକ ଭାଇ
ସଂଜଠୁ ସକାଳ ଭ୍ରାମ୍ୟମାଣ ଯନ୍ତ୍ର
ଜଗିକି ରହିବା ମଜା
କୁତୁ କୁତୁ ମନେ ବାଜୁଥାଏ ଖାଲି
ପ୍ରେମର ଢୋଲକି ବାଜା
ଫଟକୁ ଦେଖିକି କବି ଵନିଯାଇ
ଲେଖିଦେଲେ ଦୁଇ ପଦ
ଦଶଥର ଛାଡ଼େ ପ୍ରେମିକା ପାଖକୁ
କହି ଦେବାକୁ ନଜର
ପ୍ରେମିକା ଛାଇରେ ଦେଖିଲେ କାହାକୁ
ଷଣ୍ଢ ପରି ହୋଇଯାଏ
ସୁନା ,ରୁପା ,ଧନ କହି କହି ଖାଲି
ସମୟକୁ ଟାଳିଦିଏ
ପ୍ରଥମ ପ୍ରେମର ପ୍ରଥମ ରଙ୍ଗକୁ
ପ୍ରେମିକା ଦେଖାଏ ଯେବେ
ବିଭିର୍ନ ଗିଫ୍ଟ ଓଠରେ ଲିପିଷ୍ଟିକି
ପଅରସ ସଫା ତେବେ
ପ୍ରେମିକାର ମନ ପ୍ରେମିକ ପଢିଲେ
ଭୁଲିଯାଏ ସବୁକିଛି
ସଂସାରଟା ଖାଲି ପ୍ରେମ ରଙ୍ଗରେ
ହେଉଥାଏ ଛାଟି ପିଟି

