STORYMIRROR

Ajay kumar Behera

Romance

2  

Ajay kumar Behera

Romance

"ପ୍ରଥମ ପ୍ରେମର ରଙ୍ଗ"

"ପ୍ରଥମ ପ୍ରେମର ରଙ୍ଗ"

1 min
97

ଗୋଲାପ ଦିବସେ

ଗୋଲାପ ଦେଇ ମୁଁ କରିବି ନିଜର

ଆସୁ ପଛେ ଯେତେ

ବାଧା ବନ୍ଧନକୁ କରିବି ମୁଁ ଦୂର


ଫୁଲେଇ ପ୍ରିୟା ମୋ

ରାଗେ ସେ ଟିକିଏ ଟିକିଏ କଥାରେ

ଭାରି ଗେହ୍ଲେଇ ସେ

ଋଷି ଯାଏ ନାହିଁ କେବେ ମୋ ଉପରେ


ପ୍ରଥମ ପ୍ରେମର

ରଙ୍ଗ ଲାଗି ଅଛି ଦେହରେ ତାହାର

ଉଚ୍ଛୁଳା ନଈରେ

ପାଦ ଧୋଇ ସିଏ ଲାଗଇ ନିଜର


କେବେ ସେ ଆସିବ

ସାଥେ ମୋର ମଥାରେ ଓଢଣା ଦେଇ

ତାକୁ ପାଇ ସତେ

ଦୁଃଖ ଦିନ ଯେତେ ରେ ଭୁଲିବି ମୁହିଁ


ମୋ ଘର ହସିବ

ଆଚାର ବିଚାର ସେବାରେ ତାହାର

ଭୁଲି ଯିବି ସବୁ

ଛନ୍ଦ,କପଟ ହିଂସା କ୍ରୋଧ ମୋହର


ଘର ଝୋଟି ପୂଜା

ନିଜ ହାତେ ସିଏ କରିବ ତାହାର

ଭକ୍ତିର ପୂଜାରେ

ସନ୍ତୁଷ୍ଟ ହୋଇବେ ଦେବାଦେବୀ ନର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance