STORYMIRROR

Ajay kumar Behera

Abstract

2  

Ajay kumar Behera

Abstract

"ପ୍ରଥମ ପ୍ରେମର ରଙ୍ଗ"

"ପ୍ରଥମ ପ୍ରେମର ରଙ୍ଗ"

1 min
135

ବାଟେ ଘାଟେ ଅବା ହାଟେ

କେଉଁଠି କେମିତି କେଉଁବାଟେ


ଦେଖି ଦେଲା ପରେ ସେଇ

ସୁନା ନାକି ଚାନ୍ଦ ମୁହଁ

ଆପଣା ର ଯାହା ସବୁ

ଆପଣାର ଆଉ ନୁହଁ


ଟିକେ କଥା ହେବା ପାଇଁ

ଆରମ୍ଭ କି ଶେଷ

କିଛି ଜଣା ପଡେ ନାହିଁ


ଲୁଚି ଛପି ଦେଖେ ମୁହିଁ

ଦିନ ବିତେ ତାକୁ ଚାହିଁ

ସତେ ସିଏ ଗଢା ହୋଇଛି

ମୋହରି ପାଇଁ


ପ୍ରଥମ ପ୍ରେମର ରଙ୍ଗ

ଲାଗେ ଧୀରେ ଧୀରେ

ଏଇ ମୋର ଛୋଟ ହୃଦୟରେ


ହୃଦ ସ୍ପନ୍ଦନ ବଢି ବଢି ଯାଏ

ଯେବେ ମୁହିଁ ପାଖାପାଖି

ମୁହାଁ ମୁହିଁ ହୁଏ


କିପରି କହିବି

କଣ ବା କହିବି

ଜମା କିଛି ବୁଝି ହୁଏ ନାହିଁ

ମନେ ମନେ ଗାର ଟାଣି ଟାଣି

କାନ୍ଥ ଅପରୂପ କରଇ ମୁହିଁ


ହାତ ମୋର ବୁଲ ମାନେ ନାହିଁ

ଅଙ୍ଗେ ଅଙ୍ଗେ ଖେଳେ

କେତେ ଯେ କମ୍ପ

ସତେ ଅବା ଆସି ଯାଏ

ଭୂମି କମ୍ପ


ଏଇ ପରା ପ୍ରଥମ ପ୍ରେମର ରଙ୍ଗ

ସତେ ନିଆରା

ଛନଛନ ମନ ହୁଏ

ତିମିରେ ବିଦ୍ୟୁତ ଖେଳି ଯାଏ ପରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract