STORYMIRROR

JitendraNath Gahir

Classics

2  

JitendraNath Gahir

Classics

ପ୍ରଥମ ପ୍ରେମର ଛୁଆଁ

ପ୍ରଥମ ପ୍ରେମର ଛୁଆଁ

1 min
283

ତୁମରି ଆଖିର ଚପଳତାକୁ

ଯିଏ ଯଦି ଥରେ ଦେଖିଛି

କେବେ ନା କେବେ ତ

ତୁମ ଆଖିର ଲୁହର ଗଭୀରତାରେ

ଖୁସିରେ ଖୁସିରେ

ଜାଣି ଜାଣି ବୁଡି କରିଛି


ତୁମରି ମୁହଁର ଖିଲି ଖିଲି ହସ

ଯିଏ ଯଦି ଥରେ ଦେଖିଛି

କେବେ ନା କେବେ ତ

ଅଜାଣତେ ବନ୍ଧୁ

ଜୀବନରୁ ତାର

ନୀରବତା ଭାଙ୍ଗି ଯାଇଛି


ତୁମରି କଣ୍ଠର ସୁମଧୁର ସ୍ଵର

ଯିଏ ଯଦି ଥରେ ଶୁଣିଛି

ସଜନ ବେଳାର

କୋଳାହଳେ ସିଏ

ନିରସ ଜୀବନେ ପ୍ରେମର ଗୀତଟି

ନିତି ତୁମ ପାଇଁ

ଗୁଣୁଗୁଣୁ ହୋଇ ଗାଇଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics