STORYMIRROR

Santanu Bisoi

Abstract

2  

Santanu Bisoi

Abstract

ପ୍ରଥମ ପ୍ରେମ।

ପ୍ରଥମ ପ୍ରେମ।

1 min
216

ପ୍ରେମର ପ୍ରଥମ ସୋପାନରେ ଆମେ

ଡରୁଥିଲେ କେତେ ଅଜଣା ଡର,

ଛପି ଛପି ମୁଁ ଯେ ସମୟ ଖୋଜିଛି

ଛୁଇଁବାକୁ ତୋର ପ୍ରେମର ଡୋର


ଆମ ଏ ଦୂରତା ସଙ୍କୁଚିତ ପାଇଁ

ଚାହୁଁଥିଲେ ଦୁହେଁ ନିବିଡ଼ ଭାବେ

ପ୍ରଥମେ "ଆପଣ" ଆପଣରୁ "ତୁମେ"

କହିଲ ନ ଡରି ଏ ଜନରବେ


ମୁଁ ଅଛି ଏକାକି ତୁମେ ଅଛ ଏକା 

ପୃଥକ ପୃଥକ ନାଁ'ରେ ଦୁହେଁ

ଦୁରତାକୁ ଫେଡ଼ି ଏକ୍ ହେବା କେବେ

ନିରୋଳା ହୃଦୟେ ନିଡ଼ଟେଚାହେଁ


ରୂପରାଇଜର ରାଜକୁମାରୀ ଗୋ'

ଅମରାବତୀର ରୂପସୀ ତାରା

ଅନ୍ୟର ଆକାଶ ଉଜ୍ଜ୍ୱଳ ନକରି

ହାତ ପାଆନ୍ତାରେ ଦେବୁ ଲୋ ଧରା


ମୋ ଜୀବନ ସଙ୍ଗେ ଖେଳିବୁନି କେବେ

ପ୍ରତାରଣା ମିଶା କପଟ ଖେକ,

ସପନରେ ଅଛୁ ସପନ ନାୟିକା

ବାସ୍ତବରେ ହେବୁ ମୋ ଗଳାମାଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract