STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

1 min
104

ପ୍ରଥମ ପ୍ରେମର ରଙ୍ଗ

ଦରଦୀ ଦେହରେ ନେସି ହେଲା ପରେ

ନିରିମାଖି ଆଖିରେ

ଦିଶେ ହଜାରେ ଅନାବନା ସପନ

ଚଞ୍ଚଳ ହୁଏ ତା ମନ

ଦିନ ପରେ ଆଉ ରାତି ଆସେନି

କି ଅନ୍ଧାର ସରିଲେ ସକାଳ ବି ହୁଏନି

ରାତି ସରିଯାଏ ସପନ ସରେନି

ନିଦ ମାଉସୀ ରୁଷି ଯାଇ

ଅଭିମାନ କରି କୋଣରେ ମୁହଁ ମୋଡ଼ି ବସେ

ଖରା ତାତିରେ ବି ଦେହ ଥରେ

ଆଉ

ମାଘ ଶୀତରେ ବି ଝାଳ ବୋହିବା ବନ୍ଦ ହୁଏନି

ପୃଥିବୀ ଟା ସରଗୀ ରାଇଜ ପରି ମନେହୁଏ

ପାଟି ଖାଲି ରୋମାଣ୍ଟିକ ଗୀତରେ

ଗୁଣୁ ଗୁଣଇ ହେଉଥାଏ

ପ୍ରଜାପତି ଆସେ

ତା କଅଁଳିଆ ଗାଲରେ ବସେ

ନୀରୀମାଖିକୁ ଗେଲ କରେ

ମନ ହରଷେ

ବରଷା ରାଣୀ

ଇନ୍ଦ୍ରଧନୁ ନେଇ ଆସେ ପୁଣି

ନିଜେ ଭିଜି ଭିଜାଏ ନିରିମାଖିକୁ

ଶ୍ରାବଣ ସାଥିରେ

ତାଳ ଦେଇ ନାଚେ ନୀରୀମାଖି

ଗାଇ ଗାଇ ଗୀତ

ଝୁରି ଝୁରି

ତା ମନର ମିତ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract