STORYMIRROR

subrat kumar jena

Inspirational Others

3  

subrat kumar jena

Inspirational Others

ପ୍ରଥମ କବିତା

ପ୍ରଥମ କବିତା

1 min
11.9K

କବିତା ଫବିତା କଣ ସବୁ ଯେବେ ଜଣା ନଥିଲା,

ଶୁଣିଥିଲି "ବୋଉଠାରୁ"ଦି ପଦ ସେ ଅଭୁଲା ଗୀତ,

ତା କୋଳର ଅନୁଭବ ଆଜିର ମୋ ସ୍ରୋତସ୍ୱନି ଝରଣା,

ଆ ଜହ୍ନ ମାମୁ ଶରଦ ଶଶୀ,

ମୋ କାହ୍ନୁ ହାତରେ ପଡ଼ରେ ଖସି।

ଏଇତ ଶିଖାଇଥିଲା ଜୀବନ ଜିଇଁବାକୁ ସ୍ବପ୍ନ ସହ,

ଗଢିବାକୁ ସମ୍ପର୍କର ନୂଆ ସେତୁ ମାନ,

ତାପରେ ଯେବେ ଖେଳରେ ଖେଳରେ ଶିଖିଲି,

"ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ"

ଅନେକ କିଛି ଅକୁହା ଭାବନା ଜାତ ହୋଇଥିଲା ମନେ,

ଅନେକ କିଛି ଅଭୁଲା ଅତୀତ ହୋଇରହିଗଲା ମାନସ ପଟରେ,

ବୋଉର ଲୋରୀରେ ହିଁ ଭରିଥିଲା କବିତାର ଳାଳିତ୍ୟ,

କେମିତି ଭୁଲିବି ସେ ଦିନଗୁଡାକୁ ଆଜି,

ଯେତେବେଳେ ସେସବୁ ଆଜି ହାତ ପାହାନ୍ତର ବାହାରେ,

ପୁଣି ଆସିଥିଲି ଫେରି ଜୀବନାଚର୍ଯ୍ୟର ପ୍ରଥମ ସୋପାନକୁ,

ଶିଖିଥିଲି ଅନେକ ଯେମିତି"ଆହେ ଦୟା ମୟ ବିଶ୍ୱ ବିହାରୀ"

ସେଇତ ଆଜିବି ଦେଖାଇଚାଲିଛି ଲେଖିବାକୁ ଆଗକୁ ଆଗକୁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational