STORYMIRROR

Sunanda Mohanty

Abstract Thriller Children

3  

Sunanda Mohanty

Abstract Thriller Children

ପୃଥିବୀ

ପୃଥିବୀ

1 min
157

ପଢୁଥିଲୁ ଦିନେ ଆମ ପୃଥିବୀ

କମଳା ଲେମ୍ବୁ ପରି

ପୃଥିବୀ ଥିଲା ସୀମାହୀନ

ଆକାଶ ସରି

ଆଜି ବିଜ୍ଞାନ ଉନ୍ନତି ପଥେ

ଏମୁଣ୍ଡୁ ସେମୁଣ୍ଡ ଯାଇ ଆସିବା ଫେରି

ଖବର କାଗଜ ରେଡ଼ିଓ ଟିଭି ଇତ୍ୟାଦି

ତଥ୍ୟ ଦେଉଛି ଭରି

ବିଜ୍ଞାନ ଯୁଗର ପିଲା ଓ ମଣିଷ

କିଏ ହେବ ଆମ ସରି

ଆକାଶ ପଥରେ ଉଡ଼ି ଯାଇ କ୍ଷଣେ

ଜାଣୁ ଦେଶ କଥା ଭିତିରି

ସଂସ୍କୃତି ପରମ୍ପରା ଭାବ ଦିଆନିଆ

ପରସ୍ପରେ ସବୁରି

ସଭିଏଁ ମଣିଷ ମାନବିକତା ରହିଲେ

କିଏ ହେବ ଆମ ପରି

ଆଉ କୋଉ ଗ୍ରହେ ମଣିର ଉତ୍ପତ୍ତି

ପ୍ରଶ୍ନ ମନରେ ଭରି

ଚନ୍ଦ୍ର ଅଭିଯାନ ମଙ୍ଗଳ ଅନ୍ଵେଷଣ

ରଖିଅଛୁ ଆମେ ଜାରି

ଆକାଶରେ ତେଟ୍ରିଶକୋଟି ଦେବ ଦେବୀ

ନା ଅଛନ୍ତି ନୀଳପରୀ ସୁନ୍ଦରୀ

ଜାଣିବୁ ବୁଝିବୁ ପରପିଢି ପାଇଁ ଲେଖିବୁ

ପୃଥିବକୁ ଗୋଟିଏ ଗାଁ କରି

ଆମ ସନ୍ଦେଶ ଆମ ଉଦ୍ଦେଶ୍ୟ ସଫଳତା

ଉତ୍ତରୋତ୍ତର ପିଢ଼ି ଯିବେ ପଢ଼ି ବଢ଼ି

ପୃଥିବୀବାସୀ ମନେକରି

ନରହୁ ଦ୍ଵନ୍ଦ,ଛନ୍ଦ ,ରନ୍ଦ୍ର,ଛିଦ୍ର,ଗନ୍ଧ ଆଦି

ଏକତା ସୂତ୍ରେ ବାନ୍ଧି ଡୋରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract