ପୃଥିବୀ
ପୃଥିବୀ
ପଢୁଥିଲୁ ଦିନେ ଆମ ପୃଥିବୀ
କମଳା ଲେମ୍ବୁ ପରି
ପୃଥିବୀ ଥିଲା ସୀମାହୀନ
ଆକାଶ ସରି
ଆଜି ବିଜ୍ଞାନ ଉନ୍ନତି ପଥେ
ଏମୁଣ୍ଡୁ ସେମୁଣ୍ଡ ଯାଇ ଆସିବା ଫେରି
ଖବର କାଗଜ ରେଡ଼ିଓ ଟିଭି ଇତ୍ୟାଦି
ତଥ୍ୟ ଦେଉଛି ଭରି
ବିଜ୍ଞାନ ଯୁଗର ପିଲା ଓ ମଣିଷ
କିଏ ହେବ ଆମ ସରି
ଆକାଶ ପଥରେ ଉଡ଼ି ଯାଇ କ୍ଷଣେ
ଜାଣୁ ଦେଶ କଥା ଭିତିରି
ସଂସ୍କୃତି ପରମ୍ପରା ଭାବ ଦିଆନିଆ
ପରସ୍ପରେ ସବୁରି
ସଭିଏଁ ମଣିଷ ମାନବିକତା ରହିଲେ
କିଏ ହେବ ଆମ ପରି
ଆଉ କୋଉ ଗ୍ରହେ ମଣିର ଉତ୍ପତ୍ତି
ପ୍ରଶ୍ନ ମନରେ ଭରି
ଚନ୍ଦ୍ର ଅଭିଯାନ ମଙ୍ଗଳ ଅନ୍ଵେଷଣ
ରଖିଅଛୁ ଆମେ ଜାରି
ଆକାଶରେ ତେଟ୍ରିଶକୋଟି ଦେବ ଦେବୀ
ନା ଅଛନ୍ତି ନୀଳପରୀ ସୁନ୍ଦରୀ
ଜାଣିବୁ ବୁଝିବୁ ପରପିଢି ପାଇଁ ଲେଖିବୁ
ପୃଥିବକୁ ଗୋଟିଏ ଗାଁ କରି
ଆମ ସନ୍ଦେଶ ଆମ ଉଦ୍ଦେଶ୍ୟ ସଫଳତା
ଉତ୍ତରୋତ୍ତର ପିଢ଼ି ଯିବେ ପଢ଼ି ବଢ଼ି
ପୃଥିବୀବାସୀ ମନେକରି
ନରହୁ ଦ୍ଵନ୍ଦ,ଛନ୍ଦ ,ରନ୍ଦ୍ର,ଛିଦ୍ର,ଗନ୍ଧ ଆଦି
ଏକତା ସୂତ୍ରେ ବାନ୍ଧି ଡୋରି ।
