STORYMIRROR

Sagar Kumar Parida

Romance Tragedy

2  

Sagar Kumar Parida

Romance Tragedy

ପ୍ରତାରଣାର ପ୍ରେମ

ପ୍ରତାରଣାର ପ୍ରେମ

1 min
122

ପାଇବି ବୋଲି ମୁଁ ଆଶା କରିଥିଲି

         ତୁମରି ସୁନ୍ଦର କର

ଧୋକା କିନ୍ତୁ ତୁମେ ମୋତେ ଦେଇଦେଲ

          ଭରି ଅନ୍ୟର ସିନ୍ଦୁର ।।

ଏହା ଯଦି ତୁମେ କରିବାର ଥିଲା

         ପାଉଥିଲ କାହିଁ ଭଲ

ଭଲପାଇ ଶେଷେ ଅନ୍ତରଟା ମୋର

         କରିଦେଲ କଲବଲ ।।

ସବୁବେଳେ ଖାଲି ସଜବାଜ ହୋଇ

         ଆସୁଥିଲ ମୋର ପାଶେ

ମନକୁ ମୋହର ବଶୀଭୂତ କରି

       ଖେଳିଲ ମୋ ମନ ଦେଶେ।।

ପ୍ରତାରଣା କରି ମୋହରି ସାଥିରେ

         ପାଇଲ କି ତୁମେ ଫଳ

ଜୀବନକୁ ମୋର କରି ଛାରଖାର

         ହୋଇଛ ତୁମେ ସଫଳ ।।

        

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance