Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Nanda

Abstract

2  

Kalyani Nanda

Abstract

ପ୍ରତାରଣାର ମୁଖା

ପ୍ରତାରଣାର ମୁଖା

1 min
233


ସ୍ନେହ , ବିଶ୍ବାସ ଭରା ହୃଦୟ,

ଆଉ ଏକ ହୃଦୟ ସହିତ ସଂପର୍କ ଟିଏ ଜୋଡି ପାରେ,

ଖୁବ ସହଜରେ ତାକୁ ନିଜର କରିପାରେ,

ସମୟ ଗଡି ଚାଲେ ,ସଂପର୍କ ଡୋର ମଜବୁତ୍ ହୁଏ,

ହେଲେ ,ହଠାତ୍ ପ୍ରତାରଣା ର ଅସି ଘାତେ,

ସ୍ନେହୀ , ବିଶ୍ବାସୀ ମନଟି ଖଣ୍ଡ ଖଣ୍ଡ ହୋଇ ଭାଂଗିପଡେ


ସରଳ ମନ ଜାଣେନି ଏଠି ସାରା ସହରରେ,

ମୁଖା ପିନ୍ଧା ଲୋକଙ୍କ ଗହଳି ହୁଏ ,

ଚେହେରା ଉପରେ ଚେହେରା ,

ମନକୁ ଆଉ ଗୋଟିଏ ମନ ଢାଙ୍କି ରଖିଥାଏ,

ଯେବେ ମୁଖା ଟି ଖୋଲି ଯାଏ ,

ମନ ତା ଅସଲି ରୂପ ଦେଖାଏ,

ସ୍ନେହ, ବିଶ୍ବାସ ରେ ଗଢା ସଂପର୍କ ,

ଚୁରମାର ହେଇ ଯାଏ ପ୍ରତାରଣା ର ସ୍ପର୍ଶ ରେ


ଆଉ ଏବେ

ସାରା ସହର ବିଷମୟ, ପ୍ରତାରଣା ର ବିଷ ବଳୟ ରେ ,

ଶହ ଶହ ପାଣ୍ଡବ, କେତେ ଯେ କର୍ଣ୍ଣ,, ଯୁଧିଷ୍ଠିର,

ଜଳୁ ଥାନ୍ତି ଏଇ ପ୍ରତାରଣା ର ବିଷ ରେ

କିଏ ବୁଝିବ ? ? କିଏ ଦେବ ଆଶ୍ବାସନାର ସ୍ପର୍ଶ

ଭାଂଗି ଯାଉଥିବା ମନକୁ ?ଦଗ୍ଧୀଭୂତ ମନକୁ


Rate this content
Log in

Similar oriya poem from Abstract