STORYMIRROR

Sunita Kar

Abstract Inspirational Others

3  

Sunita Kar

Abstract Inspirational Others

ପ୍ରତାରଣା

ପ୍ରତାରଣା

1 min
170


ଅମୁଦା ଆଖି ମୋ ଦେଖେ

ଚେତନା ଅବଚେତନାର 

ସୁନ୍ଦର ସବୁଜ ଦୁନିଆ

ମୁଦିଲେ ପାଏ ମୁଁ ଆବଦ୍ଧ କୋଠରୀ 

ଗାଙ୍ଗଟକ୍ ର ସେ ହୋଟେଲ୍ ରୟାଲପ୍ଲାଜା

କିଛି ଅପାସୋରା ମୁହୂର୍ତ୍ତ,ଘଡି ଆଉ ଦିନ

ଲାଗୁଥିଲା ସତେକି ଇନ୍ଦ୍ରଧନୁର ରଙ୍ଗ

ହଁ! ମହାକାଳ ଫଳ ତ ସୁନ୍ଦର ।


ଚାରି ଚଉତା ସେ ଚିଠି ଆଜି ବି ସାଇତା

ଶିରେ ଶିରେ ତାର ପ୍ରତାରଣାର ଗନ୍ଧ

ଭୟ ଲାଗେ ଖୋଲିବାକୁ,

କାଳେ ପୂତିଗନ୍ଧ କରିଦେବ 

ମୋ ହାତ ସଜଡା ସୁବାସୀ ବାସକୁ

ହେଲେ ଫିଙ୍ଗିଦେଇ ପାରିନି ମୁଁ

ମୋ ସିଦ୍ଧିର ଅଘୋଷିତ ହେତୁ ଟିକୁ

ପ୍ରତାରଣାର ଶକ୍ତ ପ୍ରହାରେ ମୁଁ

ଶକ୍ତ ହୀରକ ଟିଏ ଆଜି,

ମାଲ୍ବାର ହିଲ୍ସ ର ମୋ ସୁରମ୍ଯ ଅଟ୍ଟାଳିକା

ମୋ ଅଟ୍ଟହାସ ର ତରଙ୍ଗେ ପୁଲକୀ

ସାଥେ ଗାଏ,ବାଜି-ଜିତା ଜୀବନର ଗୀତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract