STORYMIRROR

Mr.GAGAN BIHARI NAYAK

Abstract

3  

Mr.GAGAN BIHARI NAYAK

Abstract

ପ୍ରତାରଣା

ପ୍ରତାରଣା

1 min
169

ପ୍ରତାରଣା ଦେଇ ଭୋଗୁଛି ମୁଁ ଆଜି

ଜୀବନର ପରିଣତି

ଦଂଶନ କରୁଛି ଅତୀତର ଯେତେ

ଅଫେରା ଅସରା ସ୍ମୃତି


ଚଇତି ଚାନ୍ଦିନୀ ମୋ ମନ ଦୁଆରେ

ଡାକିଦେଇ ଲୁଚିଗଲା

ଫୁଲେଇ ଫଗୁଣ ତରୂଶାଖା ଡାଳେ

ଝୁଲି ଝୁଲି ଖେଳୁଥିଲା

ଉଇଁ ଆସୁଥିଲା ସକାଳ ସୁରୁଜ

ଝରାଇ ଶିଶିର ମୋତି


ଗୋଧୂଳୀ ସଂଜର ବଧୂଲୀ ଓଠରେଥିଲା

ଥିଲା ତାର ସ୍ମିତ ହସ

ଚପଳ ଛୁଆଁରେ ଚଇତି ଚାନ୍ଦିନୀ

ରଚୁଥିଲା ପ୍ରୀତି ରାସ

ମନ ତଳେ ତାର ସ୍ବପ୍ନିଳ ଆବେଗ

ଉଠୁଥିଲା ସତେ ମାତି


ଅନେକ ଦୂରରେ ରହିଗଲା ସ୍ମୃତି

ଅନେକ ଦୂରରେ ତମେ

ଛାଡି ଯାଇ ଥିବା ତୁମ ସ୍ମୃତି ଧାରେ

ମନ ଅଛି ସବୁ ଦିନେ

ପ୍ରବଣତା ଯେତେ ପ୍ରଶ୍ନବାଚୀ ହୋଇ

ବଢାଏ ଦେହରେ ତାତି





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract