STORYMIRROR

Jitendra Seth

Romance Tragedy

3  

Jitendra Seth

Romance Tragedy

ପ୍ରତାରଣା

ପ୍ରତାରଣା

1 min
195

ନିଜଠୁ ଅଧିକ             ପାଉଥିଲି ଭଲ

        ଭାବି ତତେ ସିଧାସାଧା 

ଜାଣି ନଥିଲି ତୁ            ବିଛୁଆତି ବୋଲି 

         ମନ ତୋର କିଆବୁଦା ।। 


ମୋ ବିଶ୍ଵାସେ ବିଷ          ଦେଇ ଚାଲିଗଲୁ 

         ହାତ ମୋର ଛାଡ଼ି ଦେଇ 

ସମୟ ସୁଅରେ             ଦେଖାଣିଆ ପ୍ରେମ 

          କୁଆଡ଼େ ଗଲା ଉଭେଇ ।। 


ଯାହା ଥିଲା ପାଖେ            ସବୁ ଲୁଟି ନେଲୁ 

           ମୋ ହାତ ଫୁଙ୍ଗୁଳା କରି 

ଜାଣିବା ଆଗରୁ              ସବୁ ସରିଗଲା 

          ହୋଇଗଲା ବହୁ ଡ଼େରି ।। 


ସବୁ ଜନମରେ              ସାଥେ ରହିବାକୁ 

          କଥା ମତେ ଦେଇଥିଲୁ 

ତଥାପି କାହିଁକି              ଅକାରଣେ କହ

           ଏକୁଟିଆ କରି ଗଲୁ ।। 


ଯାହା ଚାହୁଁଥିଲୁ               ସବୁ ଦେଉଥିଲି 

           ମନ କଥା ତୋର ବୁଝି

ତଥାପି କାହିଁକି                ଆଉ କାହାକୁ ତୁ 

         କେମିତି ହେଲୁ ଲୋ ରାଜି ।। 


ମିଛି ମିଛିକା ତୁ               ଖେଳୁଥିଲୁ ଖେଳ 

          ନୀରିହ ମୋ ମନ ସାଥେ 

ସେହି ଖେଳ ତୋର            ଆଜି ବି ନୀରବେ

          ଜାଳି ମାରେ ନିତି ମତେ ।। 


ଭୁଲ କ'ଣ ଥିଲା               କହିଦେଇଥିଲେ 

           ଜାଣିଥାନ୍ତି ମୋର ଦୋଷ 

ବିନା କିଛି କହି                ଚାଲି ଗଲୁ ତୁହିଁ 

            ବନ୍ଧନକୁ କରି ଶେଷ ।। 


ପ୍ରତାରଣା ଯଦି                କରିବାର ଥିଲା 

           କାହିଁ କରୁଥିଲୁ ପ୍ରେମ 

ଆଜି ଜାଣିଲି ମୁଁ               ମିଛ ମରିଚୀକା

         ସବୁ ଥିଲା ମୋର ଭ୍ରମ ।। 


ତୋ ପଛରେ ପଡ଼ି             ଘର ଦ୍ଵାର ଛାଡ଼ି 

           ହେଲି ବୋଲି ବାଟ ବଣା

ଶେଷରେ ତୋ ଠାରୁ          ସେଥିପାଇଁ ବୋଧେ 

           ପାଇଲି ମୁଁ ପ୍ରତାରଣା ।। 


ଦୁଃଖ ଦିଏ ଭାରି              ପ୍ରତାରଣା ତୋର

            ଅଭିଶପ୍ତ ଜୀବନକୁ 

ତୋ ପାଇଁ ଆଜି ମୁଁ             ନୀତିଶିକ୍ଷା ପାଇଁ 

            କହି ବୁଲେ ସମସ୍ତଙ୍କୁ ।। 


ସୁନ୍ଦରୀ ଚେହେରା             ଦେଖି କେବେ କେହି 

           କରିବନି ଭାଇ ପ୍ରେମ 

ମୃତ୍ୟୁର ସେ ଅଟେ             ବିପରୀତ ରୂପ 

           ମାୟା ରୂପୀ ମହା ଯମ ।। 


Rate this content
Log in

Similar oriya poem from Romance