STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ପ୍ରତାରଣା ର ରଙ୍ଗ

ପ୍ରତାରଣା ର ରଙ୍ଗ

1 min
2.7K

ଜାଣିଛକି

କିବା

ଦେଖିଛ କି

କିଏ କେବେ

ପ୍ରତାରଣାର ରଙ୍ଗ

ହଁ, ମୁଁ ଦେଖିଛି

ଆଉ

ବୋଳି ଵି ହେଇଛି ଦେହସାରା

ମୋ ଇଚ୍ଛା ବିରୁଦ୍ଧରେ

ହୃଦୟ ପାଇଛି ମୋ ଅନେକ ଅକୁହା ଯାତନା

ପୁଣି

ଛାଟିପିଟି ହୁଏ ମୋ ମନ

ସିଏ ତ ରଙ୍ଗ ନୁହଁ

ସିଏ ତ ସ୍ମୃତିର ଜହର

ବେରଙ୍ଗୀ ଫଗୁଣ ସିଏ

ନରକ ନଅର

ଆଖିରେ ଭରିଦିଏ

ଅମାପ ଅଶ୍ରୁର ବନ୍ୟା

ଚୂନା କରିଦିଏ ସୁନା ସପନ

ଜାଳି ଦିଏ ନିରୀହ ପ୍ରାଣ

ବେଦରଦୀ ସିଏ

ଅଦିନ ଝଡ଼

ଆଉ

ଅକାଳ ମରୁଡ଼ି ପୁଣି

ଅଣନିଶ୍ୱାସୀ କରିଦିଏ

ବିରହ ନିଆଁରେ ଜାଳିଜାଳି

ଜିଇଁବାକୁ ବାଧ୍ୟକରେ

ଗୁମୁରି ଗୁମିରି

ଆଉ ମରିମରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract