STORYMIRROR

Indrabadal Mohanty

Tragedy

4  

Indrabadal Mohanty

Tragedy

ପ୍ରତାରଣା ବନ୍ଧୁତ୍ୱରେ

ପ୍ରତାରଣା ବନ୍ଧୁତ୍ୱରେ

1 min
490

ଭଲ ଖେଳ ତୁମେ ଖେଳିଲ

ମୋ ସଂଗେ ଆଜି,


ମୋ ଜୀବନେ ହଜିଗଲା

ତୁମ ଅଭୁଝା ତତ୍ତ୍ୱ ନବୁଝି।


ବନ୍ଧୁତ୍ୱ ନା ରେ ଏମିତି କଲ କାହିଁକି

ମୁଁ ବୁଝିପାରିଲିନି,


ନିଜର କହି କହି ମୋ ନିଜତ୍ଵକୁ ପର କରିଦେଲ

ଜାଣି ମୁଁ ପାରିଲିନି।


ଛଡାଇ ନେଲ ମୋ ଠାରୁ

ମୁଁ ଯାହାକୁ ନିଜର ଭାବିଲି,


ସମସ୍ତଙ୍କୁ ଛଡାଇ ନେଇ ଚାଲିଗଲ

ମୋ ହୃଦୟ କରି ଖାଲି।


ଭାବୁଛି ଚାଲିବି ମୁଁ ଏକା ଏକା

ଏ ସୁଦୀର୍ଘ ଜୀବନ ଯାତ୍ରାରେ,


ରହିବି ନାହିଁ କାହା ସଙ୍ଗେ

କିଛି ସୁଖଦୁଃଖର ସମୟରେ।


ଲେଖିବି ନାହିଁ ଆଉ କବିତା କାହା ଖୁସି ପାଇଁ

କୋୖଣସି ସାଧା କାଗଜରେ,


ବନ୍ଧୁତ୍ୱର ସୀମାକୁ ଛୁଇଁ ବି ନାହିଁ

ଏ ଛଳନା ପୂର୍ଣ୍ଣ ସଂସାରରେ।


ନିଜତ୍ବର କାହାଣୀ ଆଉ ଲେଖିବି ନାହିଁ

ଚେଷ୍ଟାକୁ ପକାଇ ପଛରେ ,


ସ୍ୱାର୍ଥପର ସାଜି ଏକା ହୋଇ ରହିଯିବି

ଚାଲିବି ନାହିଁ ଆଉ କାହା ସାଥିରେ।


ପରାଜିତ ସୈନିକ ସାଜି ଦେଖିବି ନାହିଁ ଆଉ ସ୍ବପ୍ନ

କାହା ହୃଦୟକୁ ଟିକେ ଜିତିବାକୁ,


କାହାର ଖୁସି ପାଇଁ କରିବି ନାହିଁ ଆଉ କାହା ସଙ୍ଗେ ବନ୍ଧୁତା

ଏ ଦୁନିଆରେ ଟିକେ ହସିବାକୁ।


ଏତିକି କହିବି ମୋ ବ୍ୟତୀତ ସମସ୍ତେ ରୁହ ଏକାଠି

ହସି ହସି ଏ ଦୁନିଆରେ,


ମୁଁ ଚାଲିଯିବି କଣ୍ଟକିତ ପଥେ କିନ୍ତୁ କଣ୍ଟା ସାଜିବି ନାହିଁ

ଆଉ କାହା ସମ୍ପର୍କରେ।


ତଥାପି ବଂଛିବି ଏକା ଏକା ଲଢ଼ିବି

ତୁମକୁ ଓ ତୁମ ବନ୍ଧୁତ୍ୱକୁ ଭୁଲିବି,


କିନ୍ତୁ ଏତିକି କହିବି କେବେବି ତୁମ ପରି

ଆଉ କାହା ସମ୍ପର୍କରେ କଣ୍ଟା ନ ସାଜିବି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy