STORYMIRROR

BISWESWAR MAJHI

Abstract

2  

BISWESWAR MAJHI

Abstract

ପ୍ରତାରକ ପାଇଁ ପଦେ

ପ୍ରତାରକ ପାଇଁ ପଦେ

1 min
266

ବିଶ୍ୱାସ ନିଶ୍ୱାସ ଦୁଇ ବିଶେଷ ଜୀବନ ବିନ୍ଦୁ 

ଥରେ ଗଲେ ନଫେରଇ ଯଥା ଜଳ ମଧ୍ୟେ ଇନ୍ଦୁ

ବିଶ୍ୱାସ ଜିତିବା ପାଇଁ ଯୁଗଟିଏ ଉଣା ହୁଏ

ମୁହୁର୍ତ୍ତରେ ତାହା ପୁଣି ଭାଂଗି ଚୁନାଚୁନା ହୁଏ

ଛଳନା ପ୍ରତାରଣାର ଜାଲ ବୁଣି ଛକିଥାଏ

ସୁଯୋଗ ଉଣ୍ଡି ସେ ଅଣ୍ଟିଛୁରି ତଣ୍ଟି କାଟିଦିଏ

ସରଳ ପ୍ରାଣ ଦୟାଳୁ ମିତ୍ରପ୍ରେମୀ ଜନ ମାନ

ପ୍ରତାରଣା ଜାଲେ ପଡି ହେଉଥାନ୍ତି ହୀନିମାନ

ମିତ୍ରଦ୍ରୋହୀ ପ୍ରତାରକ କୃତଘ୍ନ ସମଜାତୀୟ 

ବିଶ୍ୱାସେ ବିଷ ଭରନ୍ତି ସର୍ବାଦୌ ସେ ବର୍ଜନୀୟ

ପ୍ରତାରକ ଚେତିଯାଅ ଚିତ୍ରସେନ ପାଂଜି ଧରି

ହିସାବ କରୁଛି ତୁମ ପାପଘଡା ଗଲେ ଭରି

ଜୀବଗଲେ ଦଣ୍ଡ ଦେବ କୁମ୍ଭୀପାକ ନରକରେ

ତୁମ୍ଭକୁ କଲେ କି ହେବ ପରିଣାମ ଭାବ ଥରେ

ସରଗଠୁ ବଳି ସ୍ନେହ ବିଶ୍ୱାସ ଦିଅ ପୁରେଇ

ପ୍ରତାରଣା ପ୍ରତିଶୋଧ ମରତୁ ଯାଉ ଉଭେଇ

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract