STORYMIRROR

Arundhati Senapati

Abstract

2  

Arundhati Senapati

Abstract

ପ୍ରସ୍ତର ହୃଦୟର ପ୍ରେମ 💕

ପ୍ରସ୍ତର ହୃଦୟର ପ୍ରେମ 💕

1 min
3.0K

ସମୟ ଅସମୟର ଚୋରାବାଲିରେ ସଭିଁଙ୍କ ଅଜାଣତରେ

ନିଃସହାୟ ମଣିଷ ଖସିଚାଲେ ତଳକୁ ତଳ ।।


ଏ ଧନ-ମାନ ଭିତ୍ତିକ ସମାଜରେ ନିଜକୁ ସୁଦୃଢ କରି ତୋଳେ

ଆଉ ସ୍ବୟଂ ପାଲଟି ଯାଏ ପ୍ରସ୍ତର ହୃଦୟ ଯୁକ୍ତ ।।


ହେଲେ ଏତେ ଅସମ୍ଭାଳ ପରିସ୍ଥିତି ମଧ୍ୟେ ମୋ ଜୀବନରେ ଯେବେ ତୁମେ ହେଲ ଆବିର୍ଭାବ

ପ୍ରେମର ଫଲଗୁ ମତୁଆଲା କରିଥିଲା ହୃଦୟକୁ ।।


ସତେ ଯେମିତି କେଉଁ ନିଭୃତ କୋଣଟିଏ ସାଇତା ହୋଇଥିଲା

ତୁମ ପାଇଁ ଆଉ ତୁମେ ଅନାୟସଭାବେ କରିନେଲ ଅଧିକାର ।।


ତୁମ ହାତ ସହ ହାତ ରଖିଲେ ଲାଗେ ତୁମେ ପ୍ରସ୍ତର ହୃଦୟରେ

ପ୍ରେମର ବୀଜ ବୁଣି ଚୋରାବାଲି ମଧ୍ୟରୁ ଆବିଷ୍କାର କଲ ପ୍ରେମର ପାଦପ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract