STORYMIRROR

Mr.GAGAN BIHARI NAYAK

Romance Classics Fantasy

3  

Mr.GAGAN BIHARI NAYAK

Romance Classics Fantasy

ପ୍ରଶ୍ନିଳ ଚାହାଣୀ

ପ୍ରଶ୍ନିଳ ଚାହାଣୀ

1 min
417

ପ୍ରଶ୍ନିଳ ଚାହାଣୀ ଅବୁଝା ରହିଲା

ବୁଝି ପାରିଲିନି ଥରେ

ସ୍ବପ୍ନିଳ ରାତିରେ ଆସିଲନି ଟିକେ

କହିବାକୁ ନିରୋଳାରେ।


ଓଠର ଅନେକ ସାଇତା କଥା

କହି ପାରେ ନାହିଁ ଆଖି

ଚାହିଁ ରହିଥାଏ ଆଶାୟୀ ହୋଇ

ଜାଣି ଗଲି ଆଖି ଦେଖି

ଆଖିରେ ଆଖିଏ ସପନ ତୁମର

ନିଦ ଠାରୁ ଥାଏ ଦୂରେ ।


ତୁମରି ଆଖିରେ ମୋ ଆଖି ମିଶେଇ

ଦେଖିବା ନୂଆ ସପନ

ସେ ସପନେ ଥିବ ଆଗାମି କାଲିର

ମଧୂ ବୋଳା ପ୍ରୀତିଲଗ୍ନ

ଗଢିଦେବା ଦୁଇ ହାତେ ହାତ ରଖି

ଧରା ସରଗ ମର୍ତ୍ତ୍ୟରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance