ପ୍ରଶ୍ନ
ପ୍ରଶ୍ନ
ଦର୍ପଣ ଭିତରେ ସିନ୍ଦୁର ମଥାରେ
ଦିଶେକି କେବେ ମୋ ମୁହଁ?
ଅବାନ୍ତର ତୁମ ପ୍ରଶ୍ନର ଉତ୍ତର
ଦେଇକି ପାରିବି କୁହ?
ସିନ୍ଦୁର ଫରୁଆ ଭିତରେ କଉଡ଼ି
କହେ ମନ ହୁଅନ୍ତି କି ଅହ୍ୟ?
ଏତେ ଦିନ ପରେ ଏ ପ୍ରଶ୍ନ ଭିତରେ
ଉତ୍ତର କେମିତି କରିବ ସହ୍ୟ?
ଅନୁରାଗ ପାଇଁ ଗଇଁଣ୍ଠିଆଳ କି
ଫିଟେ କଲେ ଯେତେ ଚକ୍ରବ୍ୟୁହ?
ତୁମ ଅନୁରାଗ ତୁମ ମାଦକତା
ସେ କାଳ ପାଖାଳ କୁହ?
ସାତଗଣ୍ଠିର ସେ ବାଡ଼ୁଅସୁତା
ମଝବୁତ କି ନା କୁହ?
ମନର ମଣିଷ ଆକାଶ ଉଆସ
ଓସ୍ତ ସାଥେ ବରପତ୍ର ଯୋଡ଼େକେ
ଦୂରବିକ୍ଷଣରେ ଦେଖିଯାଅ
ନାରୀ ମଥାରେ ସିନ୍ଦୁର ହାତର ଶଙ୍ଖା
ବାଣ୍ଟି ହୁଏ ନାହିଁ ଛାତ ରୁଅ
ସାଧବାର ଗତି ମୁକ୍ତି ଇହକାଳ
ମଲାପରେ ଜୁଇରେ ଜଳେ ଏ ଦେହ
ମନ ସେଇକାଳୁ ବନ୍ଧା ପଡିଗଲା
ହୋମ ନିଆଁ ସାଥେ ଜଳିଲା ଯେବେ ଘିଅ
ପ୍ରମାଣ ଦେଖିବ ନା ପ୍ରଶ୍ନ ପଚାରିବ
ଆଉ ଘଡିଏ ତ ରହିଯାଅ
ବିବାହଡୋର ଦେହ ଓ ମନର ବନ୍ଧନ
ଲୁହ ଧୁଏ ସବୁ କୋହ
ଶ୍ରୀମନ୍ତେ ସିନ୍ଦୁର ଦେଇଅଛି ଯିଏ
ସିଏ ନାରୀଟିର ମାୟା ମୋହ
ପଚାରନା ଆଉଥରେ ଏକାନ୍ତ ପଥିକ
ଶ୍ରୀମନ୍ତିନୀ ସୁହାଗିନୀ ଜମା ଅନ୍ୟର ନୁହଁ