STORYMIRROR

Sunanda Mohanty

Tragedy Classics Thriller

3  

Sunanda Mohanty

Tragedy Classics Thriller

ପ୍ରଶ୍ନ

ପ୍ରଶ୍ନ

1 min
128


ଏତେ ଛନ୍ଦ ଭିତରେ ଦୁନିଆଁ କାହିଁକି ନିର୍ବେଦ

ଓଦା ହୃଦୟ ଓଦା ମନ ବର୍ବାଦ

ପ୍ରକୃତି ନାଚୁଛି ତାଳେ ଲୟେ ଛାନ୍ଦେ ଛନ୍ଦ

ମଳୟ ବହୁଛି ମନ୍ଦ ମନ୍ଦ

ଶ୍ରାବଣୀରେ ମୌସୁମୀ ଗନ୍ଧ

ସାଧବବୋହୁ ପିନ୍ଧେ ପାଟ ମାଣିଆବନ୍ଧ

ତଥାପି ଦୁନିଆଁ କାହିଁକି ନିର୍ବେଦ ନିର୍ବେଦ

ନାହିଁ ସେହି ଭକ୍ତି ମହାର୍ଘ ଭାବ

ସକାଳୁ ଅସ୍ତବ୍ୟସ୍ତ ରାବୁନି କାଉ ଭାଙ୍ଗିବାକୁ ନିଦ

ରଫ ଖାତା ଡ଼ଙ୍ଗା ଭସାଇ ହେଉନି ବର୍ବାଦ

ସବୁ ଖାଁ ଖାଁ ନିଶବ୍ଦ ନିଶବ୍ଦ

କଣ ସବୁ ହେଇଯାଉଛି ରଦ୍ଦ

କଣ ସବୁ ଅଘଟଣ ବିଘଟଣ ଦୁର୍ବୋଧ୍ୟ

ଜନ୍ମ ନେଇଛୁ ବଞ୍ଚିବାକୁ ହେବ ସଶବ୍ଦ

ଶାଗ ପାଖାଳରେ ମନକୁ ଦେଇ ବୋଧ

ତଥାପି ଲାଗୁଛି ନାହିଁ କାହିଁ ଆଶୀର୍ବାଦ

ଗୁଣ ଅବିଗୁଣ ଗରିମା ସକଳର ଶକାବ୍ଦ

ଭାଇଚାରାରେ ଏତେ ଭାଗ ବାଦ ଛେଦ

ବଳି ପଡୁଛି ପଶୁ ନିର୍ବୋଧ

ହେ ଇଶ୍ୱର ତୁମେ ଏକମାତ୍ର ଜାଣ ଭେଦ

ତୁମେ ପ୍ରକାଶିତ ଏକମାତ୍ର ଅଭେଦ

କହିପାରିବ ପ୍ରଭୁ ମୋ ପ୍ରଶ୍ନ ସିଦ୍ଧ ନା ଅସିଦ୍ଧ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy