STORYMIRROR

Debabrata Mishra

Abstract

3  

Debabrata Mishra

Abstract

#ପ୍ରଶ୍ନ#

#ପ୍ରଶ୍ନ#

1 min
11.8K

ଲଜ୍ଜା ନିବାରଣ ପାଇଁ ଖଣ୍ତେ-ଦିଖଣ୍ଡ ପୋଷାକ ତ ଯଥେଷ୍ଟ

ତେବେ କାହିଁକି ଏତେ ପୋଷାକର ବଜାର,

ଦିଓଳି ପେଟପୁରା ଖାଦ୍ୟ ରେ ଜୀବନ ସମ୍ଭବ ଆମର

ତେବେ କାହିଁକି ଏତେ ପ୍ରକାର ସ୍ୱାଦିଷ୍ଟ ଭୋଜନ,

ଅଳ୍ପରେ କ'ଣ ଆମେ ମରିଯିବା ଜୀବନ ଯୁଦ୍ଧରେ ହାରିଯିବା

ତେବେ କାହିଁକି ସନ୍ତୋଷ ନୁହେଁ ନିଜ ଜୀବନକୁ ନେଇ,

ଗୋଟିଏ ମୋଟରଗାଡ଼ିରେ ତ ଜରୁରୀ କାର୍ଯ୍ୟ ସମାପନ

ତେବେ ଲକ୍ଷ ଲକ୍ଷ ଟଙ୍କା ର ଗାଡ଼ି କ'ଣ ଅନିବାର୍ଯ୍ୟ,

ମୁଣ୍ଡପିଛା କୋଠରୀ ଥିବା ଘରଟିଏ ଲୋଡ଼ା

ତେବେ କାହିଁକି କୋଟିକୋଟି ଟଙ୍କାର ବଙ୍ଗଳା ନିର୍ମାଣ,

ଆମ ଜନ୍ମ କ'ଣ କେବଳ ଜୀବନ ଉପଭୋଗ ପାଇଁ

କର୍ତ୍ତବ୍ୟର କଥା ଭୁଲି କେବଳ ଲୋଭରେ ଜୀବନ ସୀମିତ,

ଏହା କ'ଣ ମଣିଷ ଜୀବନ ଏହା କ'ଣ ମଣିଷ ର ସ୍ୱାର୍ଥକତା

ଶ୍ରେଷ୍ଠ ବୁଦ୍ଧିମାନ କରି ଗଢିବାର କ'ଣ ଏହା ପ୍ରୟୋଜନ,

ସ୍ୱାର୍ଥ ର ସବାରି କରି କି ଲାଭ ଏ ନିଶ୍ୱାସ ପ୍ରାଣ ର

ଯେତେ ଧନ ସେତେ ଲୋଭ ଆମ ବୁଦ୍ଧି ସବୁ ହୁଏ ହୀନ,

ଟିକେ ବୀବେକ ର ଉତ୍ଥାନ ନାହିଁ ନିଷ୍ଠୁର ଆମେ କାହିଁକି

କ'ଣ ଏହାହିଁ ଆମ ଜୀବନ ର ଧେୟ ଓ ଉଦ୍ଦେଶ୍ଯ,

କେବଳ ଦେହର ନିଶାରେ ମଦମତ୍ତ ମଣିଷ

ମନର ଗାଁକୁ ଛାଡି ଚାଲିଛି କାହିଁ କୁତ୍ରିମ ନରର ସହରାଭିମୁଖେ..?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract