STORYMIRROR

Chinmayee Sahoo

Abstract

2  

Chinmayee Sahoo

Abstract

ପ୍ରଶ୍ନ ଆଉ ପ୍ରଶ୍ନ ??

ପ୍ରଶ୍ନ ଆଉ ପ୍ରଶ୍ନ ??

1 min
294

ଜୀବନ ଟା ଖାଲି ପ୍ରଶ୍ନ ଆଉ ପ୍ରଶ୍ନ 

ଖୋଜୁ ନୀତି ସମାଧାନ

ସମାଧାନ କିଛି ମିଳୁ ବା ନ ମିଳୁ

ପୁଣି ଆସେ ନୂଆ ପ୍ରଶ୍ନ


ପ୍ରଶ୍ନ 'କାହିଁକି' ତ 'କେବେ' 'କଣ' ପାଇଁ

କେବେ 'କିଏ' କେବେ 'କେତେ'

କେବେ 'କେଉଁଠାରେ' କେବେ 'କାହା ପାଇଁ'

ମନେ ଉଠେ ପ୍ରଶ୍ନ ଯେତେ


ଦାଆ ଭଳି ଚିହ୍ନ ସବୁ ପ୍ରଶ୍ନ ଶେଷେ

ଚିନ୍ତା ଗ୍ରସ୍ତେ ଦେଖି ତାକୁ

ଶାଣ ଦିଆ ତୀକ୍ଷ୍ଣ ଧାରୁଆ ଅସ୍ତ୍ର ସେ

କ୍ଷତ କରେ ମସ୍ତିଷ୍କ କୁ


ବନ ପୋଡ଼ିଗଲେ ଜାଣନ୍ତି ଦୁନିଆ

ମନ ତ ଅଦୃଶ୍ୟ ଅଟେ

ମନ ବା ମସ୍ତିଷ୍କ ହେଉଥିଲେ କ୍ଷୀଣ

ଶରୀରର ହାନୀ ଘଟେ


ତେଣୁଟି ସଂସାରେ କଥା ଅଛି ଯାହା

 ଚିନ୍ତା ଖାଏ ଗଣ୍ଡି ବୋଲି,

ତେଣୁ ଏ ପ୍ରଶ୍ନ ଠୁ ଦୂରରେ ରହିବା

କର୍ତ୍ତବ୍ୟ କରିବା ଖାଲି


 କର୍ମ -କର୍ତ୍ତବ୍ୟ ଟି ଏକା ଆମ ହାତେ

ବାକି ସବୁ ଭାଗ୍ୟ ହସ୍ତେ

ତେଣୁ ପ୍ରଶ୍ନ ପଛେ ନ ଧାଇଁ କରିବା

କର୍ମ ଆମ ଯେଝା ମତେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract