STORYMIRROR

Dipti lekha Mishra

Abstract

2  

Dipti lekha Mishra

Abstract

promt-1------କୁନି ପରୀ

promt-1------କୁନି ପରୀ

1 min
155

କୁନି ପରୀ ଆସିଛି ମୋ ପାଖକୁ

ବିଭୂ କରୁଣାରୁ ସତେ

ରଖିବି ତାହାକୁ ଅତି ଯତନେ

କଥା ଦେଉଛି ମୋତେ


ସକାଳରୁ ସଞ୍ଜ ତୋ ପାଇଁ ଜଗିବି

ଖାଦ୍ୟ ପିନ୍ଧା ଆଉ ରହଣୀରେ

ମନ ଦେଇ ତୋତେ ପାଠ ପଢାଇବି

ଯଶ ରଖିବୁ କି ନାହିଁରେ


ଝିଅ ଜନମଟା ଲୋ ଅଟେ ପରଘରକୁ

ଏକଥା ଆଉ ମାନିବିନି

ମୋ ଆଖି ପଲକରେ ଦେଖିବି ନିରନ୍ତର

ମାଡଗାଳି ମୁଁ କରିବିନି


ମୋ କାନ୍ଧରେ ଆଉ ପିଠି ପରେ

ବସି ଖେଳୁଥା ଆଜି

କାଲି ଯେବେ ମୁଇଁ ହୋଇଯିବି ବୁଢୀ

ତୋ ପିଠିକୁ ହେବି ଆଉଜି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract