STORYMIRROR

Krushnapriya Mohapatra

Abstract

3  

Krushnapriya Mohapatra

Abstract

Prompt -7 ଉପେକ୍ଷା

Prompt -7 ଉପେକ୍ଷା

1 min
11.6K

ଦୁନିଆଁ ଆଗରେ ଚିହ୍ନା କରେଇଲ

ଆମକୁ ସିନା ହେ ବାପୁ

ଆମେ ଭାବିଥିଲୁ ତୁମ ନୀତି ଶିକ୍ଷା

ସଭିଙ୍କୁ ଶିଖାଇ ଦେବୁ।


ଆମକୁ ଯତନେ ସାଇତିଲେ ଲୋକେ

ଘର ସଜାଇବା ପାଇଁ 

ଆଖି କାନ ପାଟି ବୁଜି ବସି ଅଛୁ

କାହାର ନଜର ନାହିଁ।


ଲଗାମହୀନ ଏ ଦୁନିଆଁର ଲୋକ

କରନ୍ତିଯେ ପ୍ରିୟା ପ୍ରୀତି,

ଅନ୍ୟର ଦୁଃଖକୁ ଦେଖି ଯେ ହସନ୍ତି 

ସାହା ପକ୍ଷ ନ ହୁଅନ୍ତି।


ବାପୁ ହେ ତୁମରି ରାମ ରାଜ୍ୟ ସ୍ବପ୍ନ

ସାକାର କରିବା ପାଇଁ

ଆମକୁ ବସାଇ ବୁଝାଇଲ କେତେ

କେହି ତ ବୁଝିଲେ ନାହିଁ।


ଏବେ କାର ପିଢ଼ି ଉଠାଇ ଆମକୁ

ଫୋପାଡ଼ି ଯେ ଦେବେ ଦୂରେ।

କିଏସେ ଗଢିଛି ଏପରି ବସ୍ତୁ କୁ

ନିରର୍ଥକ ଏ ଯୁଗରେ।


କାନ ଆଖି ପାଟି ବୁଜି ରଖିଥାନ୍ତି

କରନ୍ତି ଖରାପ କାମ

ବୁଝିବା ସୁଝିଵା ଅବସ୍ଥା ତ ଆଉ

ନାହିଁ ଏଇ ଦୁନିଆଁର।


ଅସହଣୀୟ ଯେ ହେଲାଣି ଅବସ୍ଥା

ହତାଶ ଲାଗୁଛି ଖାଲି

ଉପେକ୍ଷା ଅନ୍ୟର ସହିବା ଅପେକ୍ଷା

ଦୂରକୁ ଯିବା ଯେ ଚାଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract