STORYMIRROR

Bijaya kumar panda

Inspirational Children

3  

Bijaya kumar panda

Inspirational Children

Prompt-21-- ମୁଁ ବି ପଢ଼ିବି

Prompt-21-- ମୁଁ ବି ପଢ଼ିବି

2 mins
245

ମୋବାଇଲ ହାତରେ ଧରି ମୁନା ବସିଛି କେତେ କଥା ଲେଖି ଯାଉଛି

ସେହି ବାଟ ଦେଇ ଜେଜେ ଆସୁ ଆସୁ ନଜର ତାଙ୍କର ଗଲାରେ ଲାଖି।

ଆରେ ମୁନା କ'ଣ କରୁଚୁ ପାଠ କାହିଁକି ତୁ ଆଦୌ ପଢ଼ୁନୁ

ସବୁବେଳେ ଖାଲି ଫୋନ୍ ଟା ଧରି ବାଲୁଙ୍ଗା ହେଇଯାଉଚୁ।

ଜେଜେ ତୁମେ ଜାଣି ନାହଁ କି ଅନ୍ ଲାଇନ୍ ରେ ପାଠ ପଢ଼ୁଛି

ଗୁରୁଜୀ ଗୁରୁମା କେତେ କଷ୍ଟ କରି ନୂଆ ନୂଆ ଶିକ୍ଷା ଦେଇଥାନ୍ତି।

ବିଶ୍ଵରେ ଆତଙ୍କ ଏ ମହାମାରୀ କେବେ ହେଳା କରିବା ନାହିଁ

ଘରେ ଘରେ ରହି ପାଠ ପଢ଼ୁଥିବା ଭବିଷ୍ୟତ କଥା ମନରେ ଭାବି।

ବିଦ୍ୟାଳୟ ଯେବେ ଖୋଲିବ ମନେ ଆମ ଭୟ ଆଉ ନଥିବ

ହସ ଖୁସି ମନେ ବିଦ୍ୟାଳୟ ଯାଇ ଦେଶ ପାଇଁ ହେବୁ ସୈନିକ।

ସରକାରଙ୍କ ନିୟମ ସବୁ ମାନିବା ଧୈର୍ଯ୍ୟ ସହିତ ଅପେକ୍ଷା କରିବା

ସମୟ ଆସିବ ଠିକ୍ ହୋଇଯିବ ଆଗ ଭଳି ବିଦ୍ୟାଳୟକୁ ଯିବା।

ଜେଜେ ଶୁଣି ହୋଇଲେ କାବା ଥାପୁଡ଼େଇ କଲେ ପ୍ରଶଂସା

ବିଦ୍ୟାଳୟରେ କ'ଣ ସୁବିଧା ଅଛି ମୋତେ ଟିକେ କହିଥାଆ।

ବହି ଯୋଗାଉଛି ପୋଷାକ ଦେଉଛି ଖାଇବାକୁ ଦିଏ କେଡ଼େ ମଉଜ

ଖେଳରେ ଖେଳରେ ବସି ଚିତ୍ର କରେ ଖୁସି ହୋଇ ଆମେ ପଢ଼ଇ ପାଠ।

ସୋୟା ଡାଲି ଅଣ୍ଡା ତିଅଣ ଭାତ ସହ କରୁ ଭୋଜନ

ଦେହେ ଆସେ ବଳ ମନେ ଆସେ ଜ୍ଞାନ ସହଜ ଅଟଇ ପୁର୍ନଃବଳ।

ବଗିଚାଟି କେତେ ସୁନ୍ଦର ଶିକ୍ଷା ଘର ଅଟେ ନବ ରଙ୍ଗର

ରୋଷଘର ଓ ଶୌଚାଳୟ କରୁଥାଉ ସଦା ସଫାସୁତର।

ପାଠ ପଢ଼ିବାକୁ ଡର ନାହିଁ ଆଉ ମାଡ଼ ନାହିଁ ଏଠି କେତେ ଯେ ଖେଳ

ଦିବ୍ୟାଙ୍ଗ ପିଲାଏ ବଡ଼ ଆନନ୍ଦରେ ଗାଡ଼ିକୁ ଚଲାନ୍ତି ରେମ୍ପସ୍ ଉପର।।

ମାଗଣାରେ ପାଠ ପଢ଼ୁଛୁ ନିରନ୍ତର ଶିକ୍ଷା ପାଉଛୁ

 ଶିକ୍ଷଣ ଉପକରଣ ସାଥେ ଭଲ ଶିକ୍ଷା ପାଇ ପାରୁଛୁ।

ନିୟମିତ ଉପସ୍ଥାନ ହୋଇବ ଅଧାରୁ ଆଉ କେହି ପଢ଼ା ନ ଛାଡ଼ିବ

ଶିକ୍ଷାର ମାନ ବଢ଼ାଇବାକୁ ଗୁଣାତ୍ମକ ଶିକ୍ଷାର ହୋଇଛି ପ୍ରଚଳନ।

ସି,ସି,ସି ଅନୁସାରେ ପଢ଼ାଉଛନ୍ତି ପରୀକ୍ଷା ନାହିଁ ଆକଳନ ହେଉଛି

ଶାରୀରିକ ଶିକ୍ଷାକୁ ଗୁରୁତ୍ୱ ଦେଇ ତାଲିମ ବ୍ୟବସ୍ଥା ସରକାର କରିଛି।

ସ୍ୱାସ୍ଥ୍ୟର ପରୀକ୍ଷା କରୁଛି ମାଗଣାରେ ଔଷଧ ଦେଉଛି

ଢଙ୍କା ହୋଇଥିବା ଖାଦ୍ୟ ଖାଉ ସାବୁନ୍ ରେ ହାତକୁ ଧୋଇ।

ଗ୍ରାମ କମିଟିକୁ ଦେଇ ଗୁରୁତ୍ୱ ସ୍ଥାନୀୟ ସମ୍ବଳକୁ ହାତେ ନେଇଛି

 ଆବିଷ୍କାର ପାଇଁ ବିଶ୍ଵାସ ରଖି ପ୍ରକଳ୍ପ କାର୍ଯ୍ୟକୁ ପ୍ରସାର କରୁଛି।

ବୈଜ୍ଞାନିକ ଭାବେ ମନକୁ ନିବେଶୀ ଗବେଷଣା କରି ପାଠ ପଢ଼ିବା

ପ୍ରଶ୍ନ ପଚାରିବା ଏକାଗ୍ରତା ସାଥେ ମନ ଧ୍ୟାନ ଦେଇ ଶିକ୍ଷା କରିବା।

ଉଜ୍ଜ୍ୱଳ ଉତ୍ଥାନ ଚାଲୁଛି ଏବେ ପୂର୍ବ ପାଠକୁ ପୁଣି ଶିଖାଇ ଥାଏ

ରୋଷେଇ ବଗିଚା ପାଚେରୀ ସହିତ ପାନୀୟ ଜଳର ସୁବିଧା କେତେ।

ଘରେ ମୋତେ ଭଲ ଲାଗୁନି କେବେ ବାହୁଡ଼ା ହେବ ଏ ମହାମାରୀ

ନିୟମିତ ବିଦ୍ୟାଳୟକୁ ଯିବି ଗୀତ ଖେଳ ସହିତ ପାଠ ପଢ଼ିବି।

ଠିକ୍ କହିଚୁ ନାତିଆ ଟୋକା ସରକାର କରିଛି ଏତେ ସୁବିଧା

ଏହି ସମୟରେ ହେଳା ନକରି ଅନଲାଇନରେ ପାଠ ପଢ଼ୁଥା।



Rate this content
Log in

Similar oriya poem from Inspirational