STORYMIRROR

Bijay Prusty

Romance

3  

Bijay Prusty

Romance

ପ୍ରଣୟର ପୁଲଝରି

ପ୍ରଣୟର ପୁଲଝରି

1 min
220


ସୋରିଷ କ୍ଷେତର ସୁନେଲି ସପନ

ତୁମେ ଛିଟ ପ୍ରଜାପତି

ତୁମରି ରଙ୍ଗୀନ ଡେଣାରୁ ଖୋଜେ ମୁଁ

କଅଁଳ ମଧୁର ତାତି I

ଫୁଲରେ ଫୁଲରେ ରୂପର ପସରା

ମେଲାଇ ବସିଛ ତୁମେ

ଜୁଆରିଆ ମୋର ପ୍ରୀତିମଖା ମନ

ଭିଜିଯାଏ ତୁମ ପ୍ରେମେ I

ମଧୁ ମକ୍ଷିକାର ମଧୁର ଗୁଞ୍ଜନ

ତୁମେ ମୋ ଗୋଲାପ ପରୀ

ତୁମରି ଆଖିରେ ଗୋଲାପି ଗୋଲାପି

ପ୍ରଣୟର ଫୁଲଝରି I

ତୁମେ ମୋ ଚେତନା ତୁମେ ମୋ ଭାବନା

ମୋ ଆକାଶେ ତୁମେ ଜହ୍ନ

ତୁମପାଇଁ ସଖୀ ଚଳ ଚଞ୍ଚଳ ମୁଁ

ଚୀର ସବୁଜ ମୋ ମନ I

        


Rate this content
Log in

Similar oriya poem from Romance