ପ୍ରଣୟିନୀ
ପ୍ରଣୟିନୀ
ମୋ ମନ ମନ୍ଦିରେ, ହୃଦ ସିଂହାସନେ
ରଖିଛି ଦେବୀ ଆସନେ ।
ତୁମ ପୂଜା ପାଇଁ , ନିତି ତୋଳେ ଯାଇ
ଫୁଲ ମୁଁ କେତେ ଯତନେ ।।୧
ଛବି ମୁଁ ଆଙ୍କିଛି ,ରଙ୍ଗେଇ ଦେଇଛି
ରକତ ନାଲି ରଙ୍ଗରେ ।
ଯିବ ନାହିଁ ପ୍ରିୟା , କରି ଏକୁଟିଆ
ଛାଡ଼ି ଯେ ପଥ ଅଧାରେ ।।୨
ନୁହେଁ ଖାଲି ତୁମେ ,ପ୍ରେମିକା ମୋହର
ତୁମେ ହୃଦୟ ସ୍ପନ୍ଦନ ।
ସ୍ପନ୍ଦନ ବିନାରେ, ହୃଦୟ ଯେ ମରେ
ଯାଏ ଚାଲି ଏ ଜୀବନ ।।୩
ଦିନେ ନଦେଖିଲେ, ମନ ମୋ ଚହଲେ
ଦେଖିବା ପାଇଁ ତୁମକୁ ।
ଚାହିଁ ବସିଥାଏ, ବଗ ପରି ମୁଁ ଯେ
ଆସିବା ତୁମ ବାଟକୁ ।।୪
ମୋ ମନ ନାୟିକା ,ତୁମ ବିନା ଏକା
ଲାଗଇ ଏଇ ଦୁନିଆ ।
ଯେତେ ଦେଖିଲେ ବି, ଲାଗେ ଖାଲି ଖାଲି
ମନ ହୁଏ ଅମାନିଆ ।।୫
ତୁମେ ମୋ ରୂପସୀ , ଦେଲେ ଟିକେ ହସି
ଫେରେ ପିଣ୍ଡେ ପ୍ରାଣ ମୋର ।
କଥା ଦିଅ ସତେ, ଛାଡ଼ିବନି ମୋତେ
କରିବନି କେବେ ପର ।।୬

