STORYMIRROR

Bijay Prusty

Romance

3  

Bijay Prusty

Romance

ପ୍ରଣୟିନୀ

ପ୍ରଣୟିନୀ

1 min
167


ସପନରେ ଦିନେ ଆସିଥିଲା ବର୍ଷା

କହିଥିଲା ମୋର କାନେ

ଝରକା ସେପାଖେ ନୃତ୍ୟ କରୁଥିବି

ଦେଖିବୁ ତୁ ଦିନେ ଦିନେ

ମୋ ପାଦ ପାଉଁଜି ରୁଣୁ ଝୁଣୁ ସ୍ୱରେ

ଧିରେ ଗାଉଥିବ ଗୀତ

ନିରବ ଅନ୍ଧାରେ ଡାକିବି ପାଖକୁ

ଭିଜାଇ ଦେବି ଗୋ ମିତ

ଭିଜିଲେ ଜାଣିବୁ ବରଷା ନୁହେଁ ମୁଁ

ପ୍ରିୟା ତୋର ପ୍ରଣୟିନୀ

ଝରକା ସେପାଖେ କେବଳ ତୋ ପାଇଁ

ତୋଳୁଛି ସଙ୍ଗୀତ ଧ୍ୱନୀ

ମୁଁ ତୁମ ସ୍ୱପ୍ନର ଅଳସୀ ନାୟିକା

ତୁମେ ମୋ ଗୀତର ସ୍ୱର

ତୁମପାଇଁ ଦେଖ ଆକାଶୁ କେମିତି

ଝରୁଛି ମୁଁ ଝରଝର

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance