Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ପ୍ରଣୟ ଗୀତିକା

ପ୍ରଣୟ ଗୀତିକା

1 min
231



ଗାଧୁଆ ତୁଠରେ ଦେଖିଥିଲି ତୁମ

ହଳଦୀ ରଙ୍ଗର ଦେହ

ଶୁଣି ତୁମକଣ୍ଠ ମଧୁଝରା ଗୀତି

ଘାରିଲା ପୀରତି ମୋହ I

ତୁମରୂପ ଦେଖି ପବନ ଗାଇଲା

ପ୍ରଣୟର ମଧୁଛନ୍ଦ

ମନ ହଜିଗଲା ତୁମଠାରେ ସଖୀ

ପାଇ ତୁମ ଦେହ ଗନ୍ଧ I

ପ୍ରଜାପତି ରଙ୍ଗେ ରଙ୍ଗାଇଲି ସଖୀ

ମୋର ଏଇ ଦୁଇ ଆଖି

ମୋର ପ୍ରୀତିଭରା ହୃଦୟକୁ କିଆଁ

ପାରିଲନି ତୁମେ ଦେଖି ?

ଛାତିକୁ କରିଛି ପଥର ଲୋ ସଖୀ

ସପନେ ବାନ୍ଧିଛି ନୀଡ

ଆଖି ଖୋଜିହୁଏ ଲୁହର ଠିକଣା

ତୁମେ ଯେବେ ମନେପଡ I

        


Rate this content
Log in

Similar oriya poem from Romance