STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ପ୍ରଣୟ ବହ୍ନି

ପ୍ରଣୟ ବହ୍ନି

1 min
14K


ଜୟନ୍ତୀ ବେହେରା


ପ୍ରେମପଥ ଧାରେ

ଶିଉଳି ଯେ ଥିଲା

ହୃଦୟ ନୟନ ଅନ୍ଧ ହୋଇଗଲା

ଖସି ତ ଗଲାଣି ରଖୁ ରଖୁ ପାଦ

ତଳକୁ ତଳକୁ ଯେଦେ,

ପଥ ଧାରେ ଧାରେ

ପ୍ରୀତି ବିଛାଇଲ

ଯିବାକୁ ଯଦି ମୁଁ ଚେଷ୍ଟିତ

ଅଟକାଅ କାହିଁ ମୋତେ ?

ଖସି ନାହିଁ କ’ଣ ତୁମ ପାଦ

ସେଇ ଶିଉଳିର ପଥେ,

ହସୁଥାଅ ନିତି ଉପର ମୁହଁକୁ

ଲୁଚାଇ ନିଆଁଙ୍କୁ ଛାତିର

ଏ କଥା ବି ଅଜଣା ମୋତେ

ହାଏରେ ସ୍ମୃତି !

ଜଣାପଡିଲାନି ନିଷ୍ଠୁର ତୋର ଛାତି,

ହସର ନଈକୁ ହାତ ଠାରି ଡ଼ାକ

ଦୁଃଖର ଭଉଁରୀ ଠେଲି ଦେଲୁ ଦେଖି

ଛଳନାତୋ ପିରତୀ l

ତୁଲସୀ ବଣର ମହମହ ବାସ୍ନା

ପୁନେଇଁ ଚାନ୍ଦର ଲାଜୁଆ ଜ୍ୟୋସ୍ନା

କେତେ ଦେଖାଇଲା ଏ ଛଳନା ତୋ ପିରତୀ

ମନ ଗଠନରେ ସ୍ଵପ୍ନ,

ଜହ୍ନ ରାଇଜରେ ଉଆସ ତୋଳିଲା

ନୂତନ ପତ୍ରରେ ବସନ୍ତ ଛୁଇଁଲା

ଏ ଯୌବନ ହରିଣୀ ମନ l

ଛଳନା ସ୍ମୃତିରେ ଆଉତୁ ପାଉଟୁ

ମୋହ ମହାସିନ୍ଧୁ ଧାର

ଭସାଇ ତ ଦେଲା

ପ୍ରୀତି ନାୟିକାର ସ୍ଵପ୍ନ,

କାଣିଚାଏ ସ୍ନେହ, ଆଞ୍ଜୁଳାଏ ପ୍ରେମ

ଢାଳିଦେଲା ନାହିଁ

ଏବେ ପ୍ରୀତିର ହୃଦୟ ଭଗ୍ନଲ

ପ୍ରାଣୟୀ ମୋ ଦୁଃଖ ଜର୍ଜର

ସାହାସ ପାଉନି ଛୁଇଁଦେବା ପାଇଁ

ଦୂର ଦିଗ୍ ବଳୟର ସୀମା,

ଅଭାଗିନୀ ମୁହଁ ଆହତ ପ୍ରିୟର

ପ୍ରଣୟ ବହ୍ନିରେ ସଦା ଦଗ୍ଧିଭୁତ

ମୋ ପ୍ରଣୟିନୀ ଆତ୍ମା ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics