STORYMIRROR

Prafulla Chandra Mishra

Abstract

3  

Prafulla Chandra Mishra

Abstract

ପ୍ରଣମାମି ସୂର୍ଯ୍ୟ

ପ୍ରଣମାମି ସୂର୍ଯ୍ୟ

1 min
376

 ସୂର୍ଯ୍ୟ ହେ ତୁମେ ସୈାର ମଣ୍ଡଳ ର 

                ସୃଜନ ପ୍ରଥମ ଗ୍ରହ

ତେଜସ୍କ୍ରିୟ ବସ୍ତୁ ସମ୍ମିଶ୍ରଣେ ନିତ୍ୟ 

                ଜଳୁ ଅଛ ଅହରହ


ସେହି ଆଲୋକରେ ଆଲୋକିତ ହୁଏ 

              ଗ୍ରହ‌ ଗ୍ରହାଣୁ ମଣ୍ଡଳ 

ଦିବସ, ରଜନୀ ତୁମରି ପ୍ରଭାବେ 

               ବ୍ରହ୍ମାଣ୍ଡ ଚଳଚଞ୍ଚଳ


ତିମିର ଧ୍ଵଂସକାରକ ଦିବାକର

             ସପ୍ତଶ୍ଵ ରଥ ବାହନ

ଆରୋହଣେ ସାରା ସୈରମଣ୍ଡଳ 

              କରୁଛ ପରି ଭ୍ରମଣ


ମୟୂଖ ପରସ ମାତ୍ରକେ ସରସୀ

           ସଲିଳେ ପଦ୍ମିନୀ ହସେ

ନୈସର୍ଗିକ ପ୍ରେମ କୁହନ୍ତି ବିବୁଧେ 

          ସ୍ଵର୍ଣ୍ଣ ରେଣୁ ପ୍ରଭା ସ୍ପର୍ଶେ


ଅରୁଣ କିରଣ ଜୀବ ଜଗତର 

            ଶକ୍ତି ଯୁକ୍ତ ଉପାଦାନ  

ପ୍ରାଣ ଶକ୍ତି ପୁଣି ସେ ଶକ୍ତି ପ୍ରଭାବେ 

            ଉଦୟ ହୁଅଇ ଜ୍ଞାନ 


ସକଳ ଶକ୍ତି ର ଉତ୍ସ ଜଗତ୍-ପତି

     ଛାୟା ହୃଦୟ ବଲ୍ଲଭ

ସର୍ବ ପାପହର‌ ସୂର୍ଯ୍ୟ ନାରାୟଣ

     ଚରାଚର ଧରା ଧବ‌


ରୋଗ ବ୍ୟାଧି ନିରାକରଣେ ଭାସ୍କର 

     କର ମହୈ।ଷଧି ସମ

ଆରୋଗ୍ୟ ଲଭିଲେ ଯଦୁବଂଶୀ ଶାମ୍ଵ

     କରି ତବ ଅରଚନ


ସେହି ସର୍ବଶକ୍ତି ଗ୍ରହରାଜ ନିତି 

      ଅନନ୍ତ ବିଶ୍ଵ ବ୍ରହ୍ମାଣ୍ଡ

ଭ୍ରମଣ କରନ୍ତି ପ୍ରାତଃ ସ୍ମରଣିୟ 

     ପ୍ରଣମାମ୍ୟହଂ ମାର୍ତ୍ତଣ୍ଡ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract