STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ପ୍ରଣାମ ତୁମକୁ

ପ୍ରଣାମ ତୁମକୁ

1 min
11.5K

ଦିନ ଆଉ ରାତିର ନୀରବତା ଭିତରେ ଶୁଭୁଥାଏ ପୋଲିସ ଗାଡିର ଶବ୍ଦ, ରାତି ପାହିବାଠୁ ରାତି ହେବାଯାଏ ନିସ୍ଵାର୍ଥପର ସେବାରେ ହୋଇ ରତ।

ଭୁଲି ଘରଦ୍ୱାର ପିଲା ପରିବାର ସୁଖ ଖୁସି ତେଜି କର୍ମେ ଥାନ୍ତି ଲିପ୍ତ, ନିଜ ଜୀବନକୁ ବାଜି ଲଗାଇ ସେ ଏ ମହାସଂଗ୍ରାମେ ସଂଘର୍ଷରତ।

ବାରବାର ହାତ ଧୋଇବାସହ ମୁହଁରେ ରୁମାଲ ବାନ୍ଧିବା, ବିନା କାରଣରେ ଘରୁ ନ ବାହାରି ସୁରକ୍ଷିତ ଲାଗି ପରାମର୍ଶ ଦେବା।

ଡାକ୍ତର ପୋଲିସ ସେବାକାରୀ ବନ୍ଧୁ କରୁଛି ଦୂରରୁ ଶବ୍ଦର ପ୍ରଣାମ, ଭୁଲିବୁନି ଆମେ ତୁମ ମହତ କର୍ମର ଦେଇପାରିବେନି କେହି ତା ମୂଲ।

ସର୍ବଜନ ଯେଉଁ ସମୟେ ଗୃହେ ଖୁସି ଆନନ୍ଦରେ ବିତାନ୍ତି ସମୟ, ଭୋକ ଉପବାସେ ଖରାତରାରେ ରହି କର୍ତ୍ତବ୍ୟପଥେ ବୀରଯୋଦ୍ଧା କର୍ତ୍ତବ୍ୟେ ତୁମେ ମଗ୍ନ ପ୍ରାୟ।

ପ୍ରଣାମ ପ୍ରଣାମ ଶତଶତ ପ୍ରଣାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational