ପ୍ରଣାମ କରୁଛି ଭକ୍ତିରେ
ପ୍ରଣାମ କରୁଛି ଭକ୍ତିରେ


ଅଥଳ ଜୀବନ ସାଗରେ ମୁହିଁ ନାବ ଆରୋହୀ
ଗୁରୁ ଯେ ନାବିକ ନାବର କେବେ ଭୁଲିବି ନାହିଁ
ଅକାତ କାତ ସେ ଗଣ୍ଡରେ ଥିଲା ଅନେକ ଶଙ୍କା
ଅଭୟ ସତେ କି ଭରିଲେ ହେଲା ଜୀବନ ରକ୍ଷା ।
ପିତା ମାତା ଦେଲେ ସାହାରା ସମାଜର ଦାଣ୍ଡରେ
ଶିଖିଲି ମୁଁ କଥା କହିବା ବାଟ ଚାଲିଲି ଧୀରେ
ଦୁନିଆକୁ ଚିହ୍ନାଇଲେ ସେ ସ୍ନେହ ମମତା ଦେଇ
ଭାଇ ଭଗ୍ନୀ ମୋର ପ୍ରେରଣା କେବେ ଭୁଲିବି ନାହିଁ ।
ଜ୍ଞାନ ଭରିଦେଲେ ଶିକ୍ଷକ ଗୁରୁ ଦାନ ମହାନ
ସ୍ୱାର୍ଥ ଶୂନ୍ୟ ଦ୍ରୁମ ସଦୃଶ ଦ୍ଵିଧା କଲେ ହରଣ
ଦେଇଛନ୍ତି ଶିକ୍ଷା ସମସ୍ତେ ଚିହ୍ନା ଅଚିହ୍ନା ହୋଇ
ଜନ୍ମ ଦେଇଛନ୍ତି ଈଶ୍ୱର କେବେ ଭୁଲିବି ନାହିଁ ।
ପିତା ମାତା ସାଇଁ ଶିକ୍ଷକ ସର୍ବେ ମୋହର ଗୁରୁ
ପ୍ରଣାମ କରୁଛି ଭକ୍ତିରେ ମୁଣ୍ଡ ନୁଆଇଁ ଦୂରୁ ।