STORYMIRROR

Lipi Sahoo

Inspirational

4  

Lipi Sahoo

Inspirational

ପରଂବ୍ରହ୍ମ ଗୁରୁଦେବ

ପରଂବ୍ରହ୍ମ ଗୁରୁଦେବ

1 min
422

ମୋହାଚ୍ଛନ୍ନ ଲିପ୍ତ ବିଷାଦ ଆତ୍ମାର

ସୁପ୍ତ ଦେହ ମନ ପ୍ରାଣେ

ଭରିଦିଏ ଯିଏ ଅସୀମ ଶକ୍ତିର ଓଁକାର 

ସେତ ଏକା ପରଂବ୍ରହ୍ମ ଗୁରୁଦେବ


ଯେବେ ଅଜ୍ଞାନତମସାରେ ହଜାଇ ଦିଗ

ତିଳ ତିଳ କରି ଜୀବନକୁ ଦିଏ ଜଳାଞ୍ଜଳି

ଦିଗଦର୍ଶକ ସାଜନ୍ତି ଜ୍ଞାନର ପ୍ରଦୀପ ଜାଳି

ସେତ ଏକା ପରଂବ୍ରହ୍ମ ଗୁରୁଦେବ

 

ଅକାତକାତ ଭବସାଗର ପାରାବାରେ 

ଭାସି ଚାଲି ଥାଏ ନିର୍ଦ୍ଦିଷ୍ଟ ମୃତ୍ୟୁ ଗହ୍ୱରେ

ପରଶ ମାତ୍ରେ ମୃତ୍ୟୁକୁ ରୂପାନ୍ତର କରନ୍ତି ଅମୃତରେ

ସେତ ଏକା ପରଂବ୍ରହ୍ମ ଗୁରୁଦେବ


ସ୍ୱପ୍ନ ବିଭୋରେ ଧାଇଁ ମରିଚିକା ପଛେ 

ପାପର ପଙ୍କେ କରେ ଯେବେ ଅବଗାହନ 

ତୋଳି ଧରି କୋଳେ ସ୍ନାନ କରାନ୍ତି ପୂଣ୍ୟତୋୟା ଜଳେ

ସେତ ଏକା ପରଂବ୍ରହ୍ମ ଗୁରୁଦେବ


କିଏ ବା ପାଇଛି ତାଙ୍କ ପରିଚୟ

ଗୁରୁ ଏକ ବ୍ୟକ୍ତି ନୁହଁ ଚେତନାର ପ୍ରବାହ

ଅସୀମ ଅନନ୍ତ ଅଚିନ୍ତ୍ୟ ଜ୍ଞାନର ବାହାକ

 ସେତ ଅବ୍ୟକ୍ତ ତ୍ରିପାଦ ବ୍ରହ୍ମର.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational