Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

rasmi maye pati

Inspirational

4  

rasmi maye pati

Inspirational

ପ୍ରମିସ ଡେ (promise day)

ପ୍ରମିସ ଡେ (promise day)

1 min
177



ଦେଉଳେ ବସିଛି ମଉନେ କାଳିଆ 

  ଏ ବ୍ୟଙ୍ଗ ଯୁଗ ଦେଖୁଚି

କେଉଁ ପ୍ରୋମିସ ସେ କା ଆଗେ କରିବ

  ମଉନେ ବସି ଭାବୁଚି।

କଥା ଦେଇଥିଲା ମିତ୍ର ସୁଗ୍ରୀବଙ୍କୁ 

  ବାଳିକୁ ମାରିବ ବୋଲି

କଥା ସେ ରଖିଲା ନିଷ୍କଣ୍ଟକ କଲା

 ବାଳି ରାଜା ବଧ କରି।

କନା ଖଣ୍ଡିଏର ମୂଲ୍ୟ ସୁଝିଦବ 

 କଥା ପାଞ୍ଚାଳୀକୁ ଦେଲା 

ଶ୍ରୀହସ୍ତରୁ ଯେବେ ବହିଲା ରୁଧିର

  ପାଞ୍ଚାଳୀ କ୍ଷତ ବାନ୍ଧିଲା ।

କଥା ଦେଇଥିଲା ମାଉସୀ ମା'କୁ

  ବର୍ଷକୁ ଆସିବ ଥରେ

ଜାକ ଯମକରେ ଗହଳ ଲଗାଇ

 ଆସୁଚି ସେ ଗୁଣ୍ଡିଚାରେ ।

ଲକ୍ଷେ ଋଷିଙ୍କୁ ସେ ଦେଇଥିଲା କଥା

  ଦ୍ଭେଟିବ ବୋଲି ଦ୍ଵାପରେ 

ଗୋପ ନାରୀ ହୋଇ ଜନ୍ମିଲେ ସେ ଋଷି

  ବାନ୍ଧିଲା ପ୍ରେମ ଛନ୍ଦରେ ।

ଥରେ ଡାକ ତାକୁ ଆକୁଳ ହୃଦରେ

  ନିଶ୍ଚୟ ଶୁଣିବ ସିଏ

ବିପଦରେ ତୋର ସାହା ହେବା ପାଇଁ

  କଥା ଦେବ ସେଇ ଠାରେ ।

ନିଶ୍ଚୟ ଆସିବ ବିପଦ ବେଳକୁ

  ବିଶ୍ୱାସ ରଖ ଏତିକି 

ଏହା ଠାରୁ ଆଉ ବଡ଼ ପ୍ରତିଜ୍ଞା କି

 ସଂସାର ରେ କିଛି ଅଛି ।

ଟେଡି, ଚକୋଲେଟ, ତା ସଙ୍ଗେ ପ୍ରୋମିସ

ସବୁ କଲ ଫେଣ୍ଟା ଫେଣ୍ଟି

ମୁହଁ ଲୁଚାଇ କି ହସୁଛି କାଳିଆ

   ରାଧା ପଣତ ଖୋଜୁଛି।।



Rate this content
Log in

Similar oriya poem from Inspirational